ଓଡିଶା

odisha

ETV Bharat / bharat

ଦିଲ୍ଲୀ ହିଂସା; ପୁଅର ମୃତଦେହ ଦେଖି ଭୋ ଭୋ ହୋଇ କାନ୍ଦୁଛି ମା - ସିଏଏ ହିଂସା

ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ସୃଷ୍ଟି ହୋଇଥିବା ହିଂସାରେ ପ୍ରାଣ ହରାଇଛନ୍ତି ନାଥୁ ଦେବୀଙ୍କ ପୁଅ ପ୍ରେମ ସିଂହ । ହସ୍ପିଟାଲରେ ପୁଅର ମୃତଦେହ ଦେଖି ଏଭଳି କିଛି କହି ଭୋ ଭୋ ହୋଇ କାନ୍ଦୁଛନ୍ତି 70 ବର୍ଷିୟା ନାଥୁ ଦେବୀ । ଅଧିକ ପଢନ୍ତୁ...

delhi riots
ଦିଲ୍ଲୀ ହିଂସା

By

Published : Mar 1, 2020, 2:15 PM IST

ନୂଆଦିଲ୍ଲୀ: 'ମୁଁ ତାକୁ ଗାଁ ଫେରି ଆସିବାକୁ କହିଥିଲି । ତାକୁ ମୋ ସହିତ ରହିବାକୁ ସବୁବେଳେ କହୁଥିଲି। ବଡ ସହରରେ କିଛି ନାହିଁ, କିନ୍ତୁ ସେ ରାଜି ହୋଇନଥିଲା। ବର୍ତ୍ତମାନ ସେମାନେ ମୋ ପୁଅକୁ ହତ୍ୟା କରିଛନ୍ତି। ତଥାପି ମୁଁ ବିଶ୍ବାସ କରିପାରୁନି ଯେ, ସେ ମୋତେ ଛାଡି ଚାଲିଯାଇଛି ।' ହସ୍ପିଟାଲରେ ପୁଅର ମୃତଦେହକୁ ଦେଖି ଏଭଳି କିଛି କହି ଭୋ ଭୋ ହୋଇ କାନ୍ଦୁଛନ୍ତି 70 ବର୍ଷିୟା ମାଆ ନାଥୁ ଦେବୀ ।

ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ସୃଷ୍ଟି ହୋଇଥିବା ହିଂସାରେ ପ୍ରାଣ ହରାଇଛନ୍ତି ନାଥୁ ଦେବୀଙ୍କ ପୁଅ ପ୍ରେମ ସିଂହ । ଗତ ଫେବୃଆରୀ 25 ରେ ଉତ୍ତର ପୂର୍ବ ଦିଲ୍ଲୀର ବ୍ରିଜପୁରୀ ଅଞ୍ଚଳରୁ ନିଖୋଜ ହୋଇଯାଇଥିଲେ ସେ । ମଙ୍ଗଳବାର ଦିନ ପ୍ରାୟ 8 ଟାରେ ସିଂ ନିଜ ଶିଶୁ ପାଇଁ କ୍ଷୀର ଆଣିବାକୁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ତାଙ୍କ ପରିବାର ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ ।

କିଛି ପଡ଼ୋଶୀ ତାଙ୍କୁ ଭଜନପୁର ଅଞ୍ଚଳରେ ଖୋଜିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା । ଏହାପରେ ସେମାନେ ପୋଲିସରେ ଏତଲା ଦେଇଥିଲେ । ତେବେ ପୋଲିସ ଅଧିକାରୀ ସେମାନଙ୍କୁ ଜିଟିବି ହସ୍ପିଟାଲ ଯାଇ ଦେଖିବାକୁ କହିଥିଲେ । ସେମାନେ ହସ୍ପିଟାଲ ଯାଇ ଦେଖିବା ବେଳକୁ ସିଂ ଆଉ ଏହି ଦୁନିଆରେ ନଥିଲେ । ପ୍ରେମ ସିଂ ନିଜ ତିନି ଝିଅ ଏବଂ 7 ମାସର ଗର୍ଭବତୀ ପତ୍ନୀଙ୍କୁ ଛାଡି ଚାଲିଯାଇଥିଲେ ।

ଏନେଇ ସିଂଙ୍କ ଭଉଣୀ କହିଛନ୍ତି, 'ନିକଟସ୍ଥ ସମସ୍ତ ଦୋକାନ ବନ୍ଦ ଥିଲା । ମୁଁ ତାଙ୍କୁ କହିଥିଲି ଯେ ଦୂର ସ୍ଥାନକୁ ଯାଅନାହିଁ । ପିଲାମାନେ ଗୋଟିଏ ଦିନ କ୍ଷୀର ନପିଇ ରହିପାରିବେ । ହେଲେ ସେ ଶୁଣିନଥିଲେ । ସେ ବାହାରକୁ ଯାଇଥିଲେ । ହେଲେ ଆଉ ଫେରିନଥିଲେ।'

27 ବର୍ଷୀୟ ପ୍ରେମ ସିଂହ ଏକ ଭଲ ଜୀବନ ଅତିବାହିତ କରିବାକୁ ଉତ୍ତର ପ୍ରଦେଶର କାସଗଞ୍ଜରୁ ଦିଲ୍ଲୀ ଆସିଥିଲେ। ନିଜ ପରିବାରକୁ ଚଳାଇବା ପାଇଁ ସେ ରିକ୍ସା ଚଳାଉଥିଲେ । ସୂଚନାଯୋଗ୍ୟ ଯେ, ଫେବୃଆରୀ 23 ରେ ଉତ୍ତର-ପୂର୍ବ ଦିଲ୍ଲୀକୁ ଥରାଇ ଦେଇଥିବା ଦିଲ୍ଲୀ ହିଂସାକାଣ୍ଡରେ ଏବେ ସୁଦ୍ଧା 42 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 200 ଜଣ ଆହତ ହୋଇଛନ୍ତି ।

@IANS

ABOUT THE AUTHOR

...view details