ଦେଶବାସୀଙ୍କ ଖାଦ୍ୟରେ ଡାଲିର ଆବଶ୍ୟକତା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଦୁଇ ଦଶକ ପୂର୍ବରୁ ଦେଶରେ ପ୍ରାୟ ୨.୨ ହେକ୍ଟର ଜମିରେ ୧.୪ କୋଟି ଟନ ଡାଲି ଉତ୍ପାଦନ କରାଯାଇଥିଲା। ଏହା ସେ ସମୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ଥିଲା। କିନ୍ତୁ ୨୦୧୦ ସୁଦ୍ଧା ପରିସ୍ଥିତି ବଦଳି ଯାଇଛି। ଏବେ ଦେଶର ଡାଲିର ଆବଶ୍ୟକତା ଦୁଇ ଗୁଣ ହୋଇଯାଇଛି। ମୋଟ ୨.୬ କୋଟି ହେକ୍ଟରରେ ପ୍ରାୟ ୧.୬କୋଟି ଟନ ଡାଲି ଅମଳ କରାଯାଇଛି। କିନ୍ତୁ ଆବଶ୍ୟକତା ଅନୁସାରେ ଏହି ଉତ୍ପାଦନ ପର୍ଯ୍ୟାପ୍ତ ହୋଇନାହିଁ। ୨୦୧୫ ସୁଦ୍ଧା ଡାଲିର ଘରୋଇ ଆବଶ୍ୟକତା ବୃଦ୍ଧି ପାଇ ୨.୨କୋଟି ଟନରେ ପହଞ୍ଚିଛି। ପରିଣାମସ୍ବରୂପ ବିଦେଶରୁ ଡାଲିର ଆମଦାନୀ ୫୦ ଲକ୍ଷ ଟନରେ ପହଞ୍ଚିଛି।
ଉଲ୍ଲେଖଯୋଗ୍ୟ ଯେ, ୨୦୧୫ରେ ବଜାରରେ ହରଡ଼ ଡାଲିର ମୂଲ୍ୟ ୧୮୦ଟଙ୍କା ପର୍ଯ୍ୟନ୍ତ ପ୍ରତି କିଲୋଗ୍ରାମକୁ ପହଞ୍ଚି ଯାଇଥିଲା। ଏହି ପରିସ୍ଥିତିରେ ୫୬ଲକ୍ଷ ଟନ ଡାଲି ବିଦେଶରୁ ଆମଦାନୀ କରାଯାଇଥିଲା। ଏହାର ପରବର୍ଷ ଏହି ପରିସ୍ଥିତି ଲାଗି ରହିବାରୁ ତାର ପରିଣାମସ୍ବରୂପ ୬୩ଲକ୍ଷ ଟନ ଡାଲି ବିଦେଶରୁ ଆମଦାନୀ କରାଯାଇଥିଲା। ଅତ୍ୟଧିକ ଆମଦାନୀ କାରଣରୁ ଘରୋଇ ବଜାରରେ ଡାଲି ଦରକୁ ସ୍ଥିର କରାଯାଇଥିଲା। କିନ୍ତୁ ଧୀରେ ଧୀରେ ବଜାରରେ ଡାଲିର ଦର ହ୍ରାସ ପାଇଥିଲା, ଯାହାଫଳରେ କୃଷକମାନଙ୍କର ବହୁତ କ୍ଷତି ହୋଇଥିଲା। ପରିଣାମସ୍ୱରୁପ ଭାରତୀୟ ଖାଦ୍ୟ ନିଗମ ଏଥିରେ ହସ୍ତକ୍ଷେପ କରି କୃଷକମାନଙ୍କଠାରୁ ବହୁତ ମାତ୍ରାରେ ଡାଲି କିଣିଥିଲା।
ଆମଦାନୀ ଉପରେ ଧ୍ୟାନ
ଡାଲି ଫସଲ ମୁଖ୍ୟ ରୂପରେ ବର୍ଷା ଉପରେ ନିର୍ଭରଶୀଳ ହୋଇଥାଏ। ଏକ ପକ୍ଷରେ ଅଧିକ ଅମଳ ସୁନିଶ୍ଚିତ କରିବା ଓ ଭଲ ସମର୍ଥନ ମୂଲ୍ୟ ସହିତ କୃଷକମାନଙ୍କୁ ସନ୍ତୁଷ୍ଟ କରିବା ସରକାରଙ୍କ ପାଇଁ ଏକ ଆହ୍ୱାନରେ ପରିଣତ ହୋଇଛି। ଦେଶରେ ଅମଳ ବୃଦ୍ଧି କରିବା ପାଇଁ ନୂତନ ଡାଲି କିସମକୁ ବିକଶିତ କରିବାର ପ୍ରୟାସ ଗତ କିଛି ଦିନ ହେଲା ଜାରି ରହିଛି। କାନପୁରର ଡାଲି ଅନୁସନ୍ଧାନ ସଂସ୍ଥାନ ଏହା ଉପରେ ଅନେକ ପ୍ରକାରର ଗବେଷଣା ଚଳାଇଛନ୍ତି।
୨୦୩୦ ସୁଦ୍ଧା ଦେଶର ଜନସଂଖ୍ୟା ୧୫୦ କୋଟି ପାର କରିଯାଇ ପାରେ। ସେ ସମୟରେ ଡାଲିର ଆବଶ୍ୟକତା ବୃଦ୍ଧି ପାଇ ୩.୩ କୋଟି ଟନରେ ପହଞ୍ଚିଯିବ। ବର୍ତ୍ତମାନ ପ୍ରତି ହେକ୍ଟରରେ ହାରାହାରୀ ଡାଲି ଉତ୍ପାଦନ ୮୩୫ କିଲୋଗ୍ରାମ ରହିଛି। ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତି ହେକ୍ଟର ପିଛା ୩୦ ପ୍ରତିଶତ ଅଧିକ ଡାଲି ଉତ୍ପାଦନର ଆବଶ୍ୟକତା ରହିଛି। ସର୍ବୋତ୍ତମ ପ୍ରୟାସ ପରେ ବି ଗତ ଦଶକରେ ଡାଲିର ଉତ୍ପାଦନ ୨୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇନଥିଲା। ବିଦେଶରୁ ଡାଲି ଆମଦାନୀ ସୁନିଶ୍ଚିତ କରିବା ସମୟରେ କୃଷକମାନଙ୍କୁ ସେମାନଙ୍କ ଫସଲର ଉଚିତ ସମର୍ଥନ ମୂଲ୍ୟ ପ୍ରଦାନ କରିବା ଆବଶ୍ୟକ। ଏହା ସହିତ ସାଧାରଣ ଲୋକ ଯେପରି କିଣି ପାରିବେ ସେହିଭଳି ଡାଲିର ଦର ରହିବା ଆବଶ୍ୟକ। କାରଣ ଡାଲି ମୁଖ୍ୟତଃ ବର୍ଷା ଉପରେ ନିର୍ଭରଶୀଳ ଫସଲ ହୋଇଥାଏ। ଏଥିପାଇଁ କାଳ୍ପନିକ ଉତ୍ପାଦନ ଦେଉଥିବା କିସମକୁ ବାଛିବା ଲାଭବାନ ହେବ। ଏହି ଦିଗରେ ଅଧିକ ଗହନ ଅନୁସନ୍ଧାନର ଆବଶ୍ୟକତା ରହିଛି।
ଅପର ପକ୍ଷରେ ପୋକମାନେ ଫସଲକୁ ବହୁତ କ୍ଷତି ପହୁଞ୍ଚାଇଥାନ୍ତି। ପୋକ ଚଣା ଭଳି ଛୁଇଁ, ଛୁଇଁ ମାଛିମାନେ ହରଡ଼ ଡାଲି ଓ କପା ଫସଲକୁ ବହୁତ କ୍ଷତି କରିଥାନ୍ତି। କୃଷକ ସମୁଦାୟ ପୋକକୁ ନିୟନ୍ତ୍ରିତ କରିବା ପାଇଁ ଫସଲରେ ଆଖିବୁଜା କୀଟନାଶକ ବିଷ ପ୍ରୟୋଗ କରିଥାନ୍ତି। ଯଦିଓ, ଏହି ପୋକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଫସଲକୁ ଅତି ସହଜରେ କ୍ଷତି ପହୁଞ୍ଚାଇଥାନ୍ତି। ପୋକ ଦାଉରୁ ରକ୍ଷା ପାଇବା ପାଇଁ ମଜବୁତ କିସମ ବିହନ କିଛି ପରିମାଣରେ ଗବେଷଣା ଦ୍ୱାରା ସୃଷ୍ଟି କରାଯାଇପାରେ। କିନ୍ତୁ ଏ ଦିଗରେ ଅଧିକ ପରିପକ୍ୱ ପ୍ରୟାସର ଆବଶ୍ୟକତା ରହିଛି। ଦଶ ପ୍ରତିଶତରୁ ଅଧିକ ଅମଳ ପାଣି ଅଭାବ କାରଣରୁ ନଷ୍ଟ ହେଉଛି। ଡ୍ରିପ ଜଳସେଚନ ଓ ମାଇକ୍ରୋ ଜଳସେଚନ ପ୍ରକ୍ରିୟାକୁ ପାଳନ କରାଯାଇ ପାଣିକୁ ପର୍ଯ୍ୟାପ୍ତ ପରିମାଣରେ ସଂରକ୍ଷିତ କରାଯାଇପାରିବ ଓ ଫସଲକୁ କ୍ଷତିରୁ ରକ୍ଷା କରାଯାଇପାରିବ। ଏଥିପାଇଁ ସରକାରଙ୍କୁ ବହୁତ ମାତ୍ରାରେ ନିବେଶ କରିବାକୁ ପଡ଼ିବ।