ଥ୍ରୀସୁର: 1975 ରେ 'ଏକ ରେନକୋଟ୍' ନାମକ ଏକ ଆଲବମ୍ ଟ୍ରାକ ପାଇଁ ଗାୟକ-ଗୀତିକାର ଆଣ୍ଡି ଆର୍ଥର୍ସ ଲେଖିଥିଲେ, “ମୁଁ ତୁମ ମନ ପାଇଁ ତୁମକୁ ଭଲ ପାଏ” । ଆଉ ଏହି ଉକ୍ତିର ସଠିକ୍ ଅର୍ଥ ବୁଝିଥିଲେ ଶାହନା । ସେଥିପାଇଁ ତ ସମସ୍ତ ବାଧାବିଘ୍ନ ସତ୍ବେ ସେ ତାଙ୍କ ପ୍ରେମରେ ଦୃଢ ଭାବରେ ଠିଆ ହୋଇଥିଲେ ଏବଂ ପ୍ରଣବଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଥିଲେ ।
28 ବର୍ଷ ଯୁବକ ପ୍ରଣବଙ୍କ ଜୀବନ ସୀମିତ ଥିଲା ହ୍ବିଲ୍ ଚେୟାରରେ। ଛଅ ବର୍ଷ ତଳେ କେରଳର ପଟ୍ଟେପାଦାମ ନିକଟ କୁଥିରାଥାଡାମରେ ଏକ ବାଇକ୍ ଦୁର୍ଘଟଣା କାରଣରୁ ପ୍ରଣବ ଛାତି ତଳୁ ପକ୍ଷାଘାତର ଶିକାର ହୋଇଥିଲେ। ଦୀର୍ଘ ଏକ ବର୍ଷ ଧରି ନିରନ୍ତର ଚିକିତ୍ସା କରାଇଥିଲେ ।
ପ୍ରଣବ ମଧ୍ୟ ନିଜକୁ ନିରାଶ ନକରି ନିଜ ସାଙ୍ଗମାନଙ୍କ ସହିତ ବାହାରକୁ ଯିବା ଆରମ୍ଭ କଲେ ତାଙ୍କର ସମସ୍ତ ଇଚ୍ଛା ତାଙ୍କର ସ୍ନେହୀ ବନ୍ଧୁମାନଙ୍କ ଦ୍ବାରା ପୂରଣ ହେଲା । ଥରେ ତାଙ୍କ ସାଙ୍ଗମାନେ ପ୍ରଣବଙ୍କୁ ଏକ ମନ୍ଦିରକୁ ନେଇ ଯାଇଥିଲେ ।
ଏହାସହ ସାଙ୍ଗମାନେ ତାଙ୍କ ହ୍ବିଲ ଚେୟାରରେ ବସି ମନ୍ଦିର ଉତ୍ସବରେ ଯୋଗ ଦେଉଥିବା ପ୍ରଣବଙ୍କ ଭିଡିଓ ଫେସବୁକରେ ଭାଇରାଲ ହୋଇଥିଲା। ପ୍ରଣବଙ୍କ ଏହି ଭିଡିଓଟି ଶାହନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପରେ ସେ ତାଙ୍କ ସହ କଥା ହେବା ଆରମ୍ଭ କରିଥିଲେ ଆଉ ପରେ ତାଙ୍କ ପ୍ରେମରେ ପଡିଗଲେ।