ଓଡିଶା

odisha

ETV Bharat / bharat

‘ରାଜରାସ୍ତାରେ ଥିବା ଯୁବପୀଢିଙ୍କ ବିଚାରକୁ ଗୁରୁତ୍ବ ଦିଆଯାଉ’ - pranab mukherjee opinion on CAA

ପରୋକ୍ଷରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ରାଜରାସ୍ତାରେ ଯୁବପୀଢିଙ୍କ ବିଚାର ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

pranab mukherjee
ଫାଇଲ ଫଟୋ

By

Published : Jan 24, 2020, 4:34 AM IST

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପରୋକ୍ଷରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜରାସ୍ତାରେ ଯୁବପୀଢିଙ୍କ ବିଚାର ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି । ଭାରତର ସଂସ୍କୃତି ସମସ୍ତଙ୍କୁ ସାଥିରେ ନେଇ ଚାଲିଥାଏ । କିଛି ମାସ ହେବ ଲୋକେ ଭିନ୍ନ ଭିନ୍ନ ମୁଦ୍ଦା ନେଇ ରାଜରାସ୍ତାକୁ ଆସୁଛନ୍ତି । ଖାସ କରି ଯୁବକ ଗୋଷ୍ଠୀ ବିଭିନ୍ନ ମୁଦ୍ଦା ନେଇ ସ୍ବର ଉତ୍ତୋଳନ କରୁଛନ୍ତି ।

ନିର୍ବାଚନ କମିସନ ଦ୍ବାରା ଆୟୋଜିତ ପ୍ରଥମ ସୁକୁମାର ସେନ ମୋମେରିଆଲ ସ୍ମୃତି ବ୍ୟାଖ୍ୟାନକୁ ସମ୍ବୋଧିତ କରୁଥିବା ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି ପ୍ରଣବ । ଗଣତନ୍ତ୍ରରେ ସମସ୍ତଙ୍କୁ ନିଜ କଥା ଉପସ୍ଥାପନ କରିବାର ଅଧିକାର ଅଛି । ଦେଶରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଆରମ୍ଭ ପୁଣି ଥରେ ଗଣତନ୍ତ୍ରକୁ ମଜଭୁତ କରିବ ।

ଏହାସହ ସେ କହିଥିଲେ, ‘ଜାତି ଧର୍ମ, ସମୁଦାୟ ଆଧାରରେ ଦେଶକୁ ଭାଗ କରିବା ଦ୍ବାରା ଧ୍ରୁବିକୃତ ବହୁମତକୁ ପ୍ରସ୍ତୁତ କରୁଛି । ଏହା ଗ୍ରହଣୀୟ ନୁହେଁ । ଭାରତୀୟ ଗଣତନ୍ତ୍ରରେ ଓ ଏଥିରେ ଥିବା ଅନ୍ତର୍ନିହିତ ଆତ୍ମସାତ କରିବାର କ୍ଷମତା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଙ୍ଗ କରିଛି ’ ।

ସେ ଏହା ମଧ୍ୟ କହିଥିଲେ, ‘ନିର୍ବାଚନ ଓ ଏହାର ପ୍ରକ୍ରିୟା ପବିତ୍ର ଓ ସର୍ବୋଚ୍ଚ ରହିବ ବୋଲି ମୋର ଆଶା । ନିର୍ବାଚନ ଆୟୋଗର କାର୍ଯ୍ୟକାରିତା ବିନା ନିର୍ବାଚନରେ ସମ୍ଭବ ନୁହେଁ ’।

ABOUT THE AUTHOR

...view details