ଓଡିଶା

odisha

ETV Bharat / bharat

ଜାଣନ୍ତୁ କେମିତି ରହିଛି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା...

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନାହିଁ । ସେ ଏବେ ମଧ୍ୟ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି।

By

Published : Aug 15, 2020, 3:25 PM IST

ପ୍ରଣବ ମୁଖାର୍ଜୀ
ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନାହିଁ । ସେ ଏବେ ମଧ୍ୟ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ଦିଲ୍ଲୀର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ ଏନେଇ ବୟାନ ଜାରି କରି କୁହାଯାଇଛି । ଏକ ବିଶେଷଜ୍ଞ ଦଳ ଦ୍ବାରା ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାର ନିରିକ୍ଷଣ ହେଉଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଡାକ୍ତରଖାନା ପକ୍ଷରୁ ବିବୃତ୍ତି ଜାରି କରି କୁହାଯାଇଛି, 'ଶନିବାର ସକାଳେ ମଧ୍ୟ ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ। ସେ ଏବେ ବି ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ତାଙ୍କର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଏବଂ ଚିକିତ୍ସା ମାନଦଣ୍ଡ ବର୍ତ୍ତମାନ ସ୍ଥିର ଅଛି । କିନ୍ତୁ ତାଙ୍କୁ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ଦଳ ଦ୍ବାରା ନୀରିକ୍ଷଣ କରାଯାଉଛି |'

ଏହାପୂର୍ବରୁ ଶୁକ୍ରବାର ଦିନ ମଧ୍ୟ ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ ଦେଖାଯାଇ ନଥିଲା। ମୁଖାର୍ଜୀ କୋମାରେ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା । 84 ବର୍ଷିୟ ପ୍ରଣବ ମୁଖାର୍ଜୀ 10 ଅଗଷ୍ଟରେ କୋରୋନାରେ ସଂକ୍ରମିତ ହୋଇଥିଲେ। ଏହା ବ୍ୟତୀତ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା। ସେବେଠାରୁ ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି।

ପୂର୍ବରୁ ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହୋଇଥିଲା, ଯାହାକୁ ତାଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ, ଝିଅ ଶର୍ମିଷ୍ଠା ମୁଖାର୍ଜୀ ଏବଂ ଆର୍ମି ହସ୍ପିଟାଲ ପକ୍ଷରୁ ଖଣ୍ଡନ କରାଯାଇଥିଲା । ମୁଖାର୍ଜୀ ଜୀବିତ ଏବଂ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନାହିଁ ବୋଲି ସେମାନେ କହିଥିଲେ ।

@ANI

ABOUT THE AUTHOR

...view details