ଓଡିଶା

odisha

ETV Bharat / bharat

ପ୍ରାର୍ଥିପତ୍ର ଦାଖଲ କଲେ ସାଧ୍ବୀ ପ୍ରଜ୍ଞା

ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଠାକୁର । ଭୋପାଳ ଲୋକସଭା ସିଟ୍‌ରୁ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

By

Published : Apr 22, 2019, 10:02 PM IST

ଫଟୋ ସୌଜନ୍ୟ: ଏନଏଆଇ

ଭୋପାଳ: ଗତ ସପ୍ତାହରୁ ଭାଜପା ନେତ୍ରୀ ସାଧ୍ବୀ ପ୍ରଜ୍ଞା ଠାକୁର ଚର୍ଚାରେ । ବିବାଦୀୟ ବୟାନ ପରେ ସଫେଇକୁ ନେଇ ଦେଶ ରାଜନୀତି ଠୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ସବୁଠି ପ୍ରଜ୍ଞାଙ୍କୁ ନେଇ ତର୍କ ବିତର୍କ । ଏସବୁକୁ ପଛରେ ପକାଇ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଠାକୁର । ଭୋପାଳ ଲୋକସଭା ସିଟ୍‌ରୁ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଏହି ଲୋକସଭା ଆସନରୁ ଚଳିତ ଥର ଦୁଇ ବିବାଦୀୟ ବୟାନବାଜି କରୁଥିବା ନେତାଙ୍କ ମଧ୍ୟରେ କଡା ଟକ୍କର ହେବ । ଜଣେ କଂଗ୍ରେସର ପୁରୁଖା ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ । ଆଉ ଜଣେ ମାଲେଗାଁଓ ବୋମା ବିସ୍ଫୋରଣ ମାମଲାରେ 9ବର୍ଷ ଜେଲରେ ରହି ହାଇକୋର୍ଟରୁ ଜାମିନରେ ଆସିଥିବା ସାଧ୍ବୀ ପ୍ରଜ୍ଞା । ଦୀର୍ଘ ୩୦ ବର୍ଷ ଭୋପାଳ ଲୋକସଭା ଆସନ ବିଜେପି ହାତରେ ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଜେପିରେ ଯୋଗ ଦେଇଥିବା ସାଧ୍ବୀ ପ୍ରଜ୍ଞା ବିବାଦୀୟ ବୟାନ ଦେଇ ନିଜ ଜେଲ୍‌ରେ ନିଜ ତିକ୍ତ ଅନୁଭୂତିକୁ ବଖାଣିଥିଲେ । ସେ କହିଥିଲେ ଯେ ପୂର୍ବତନ ଏଟିଏସ୍‌ ମୁଖ୍ୟ ଶହୀଦ ହେମନ୍ତ କାରକରେଙ୍କ ତାଙ୍କ ଅଭିଶାପ ଫଳରେ ମୃତ୍ୟୁ ହୋଇଥିଲା । ଏହାସହ ହେମନ୍ତଙ୍କୁ ସେ ଦେଶଦ୍ରୋହୀ ମଧ୍ୟ କହିଥିଲେ । ଏହାପରେ ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସେ ବାବ୍ରି ମସଜିଦ୍‌ ଭଙ୍ଗାରେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ଏହି ଦୁଇଟି ଘଟଣାରେ ପ୍ରଜ୍ଞା‌ ଠାକୁରଙ୍କୁ ନିର୍ବାଚନ କମିସନଙ୍କ ପକ୍ଷରୁ ଆଜି ପୁଣି ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ।

For All Latest Updates

ABOUT THE AUTHOR

...view details