ଓଡିଶା

odisha

ETV Bharat / bharat

ଜନବାଦୀ ଯୋଜନାର ଶକ୍ତି - ପୁଣି ମୁଖ୍ୟମନ୍ତ୍ରୀ ହେବେ କେଜ୍ରିୱାଲ

ପୁଣି ଦିଲ୍ଲୀରେ କେଜ୍ରିୱାଲଙ୍କ କ୍ରେଜ । 70ଟି ଆସନରୁ 62 ଆସନରେ ବିଜୟୀ ହୋଇ ହୋଇଛି ଆମ ଆଦମୀ ପାର୍ଟି(ଆପ୍‌)। ଜନାଦେଶ ପଛରେ ଜନମଙ୍ଗଳକାରୀ ଯୋଜନା ରହିଥିବା ଚର୍ଚ୍ଚା କରାଯାଉଛି । ଅଧିକ ପଢନ୍ତୁ...

Power and softness of populist projects
ଜନବାଦୀ ଯୋଜନାର ଶକ୍ତି

By

Published : Feb 14, 2020, 8:24 AM IST

ଦେଶର ଭୋଟ୍‌ର କ’ଣ ଚାହାଁନ୍ତି, ସେହି ଅନୁସାରେ ଜନବାଦୀ ନୀତି ପ୍ରଣୟନ କରିବା ତଥା ଭୋଟରଙ୍କୁ ଆକୃଷ୍ଟ କରିବାରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ବେଶ୍‌ ସକ୍ଷମ ହୋଇପାରିଛି। ନିର୍ବାଚନ ହାର୍‌ ଜିତ୍‌ ବ୍ୟତିରେକ ପ୍ରାୟ ସମସ୍ତ ରାଜନୀତିକ ଦଳ ଜନବାଦୀ ନୀତିକୁ ଆପଣାଇବାରେ ଲାଗିଛନ୍ତି। ରାଜନୀତିକ ଦଳର ଏପରି ପରିବର୍ତ୍ତନକୁ କେହି କେହି ସମାଲୋଚନା ବି କରୁଛନ୍ତି। କିଛି ଲୋକଙ୍କ ଟିକସ ପଇସାରେ ଅନେକଙ୍କୁ ମାଗଣା ଉପହାର ବାଣ୍ଟିବାକୁ ଦେଶର ରାଜସ୍ଵକୁ ନଷ୍ଟ କରାଯାଉଛି ବୋଲି ସେମାନେ ମତ ଦେଉଛନ୍ତି । ଏହି ପ୍ରକାର ସମାଲୋଚନାକୁ ସ୍ଵୀକାର ନକରି ଆପ୍‌ ନିଜ ଦ୍ଵାରା ଆପଣା ଯାଇଥିବା ଜନମଙ୍ଗଳ ଯୋଜନାକୁ ଯଥାର୍ଥ ବୋଲି କହିଛି। ଦଶନ୍ଧି ପୂର୍ବରୁ କଂଗ୍ରେସ ଦଳ ‘ରୋଟି, କପଡ଼ା, ମକାନ୍‌’ ସ୍ଲୋଗାନ ଦେଇ ଲୋକଙ୍କୁ ଆବଶ୍ୟକ ମୌଳିକ ସୁବିଧା ସୁଯୋଗ ଦେବାକୁ ଉଦ୍ୟମ କରିଥିଲେ। ଆପ୍‌ କ୍ଷେତ୍ରରେ ଏହି ସ୍ଲୋଗାନ୍‌ରେ ସାମାନ୍ୟ ପରିବର୍ତ୍ତନ ଆସିଛି। ତାହା ହେଲା ସଡ଼କ, ବିଜୁଳି ଓ ପାଣି।

ବିଗତ ନିର୍ବାଚନ ଅର୍ଥାତ୍‌ ୨୦୧୫ ନିର୍ବାଚନ ସମୟରେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଦିଲ୍ଲୀବାସୀଙ୍କ ଅର୍ଥନୀତିକ ଅବସ୍ଥା ବିଷୟରେ ଜାଣିବା ଲାଗି ଏକ ସର୍ବେକ୍ଷଣ କରାଯାଇଥିଲା। ଏହି ସର୍ବେକ୍ଷଣର ତଥ୍ୟ ଅନୁସାରେ ଦିଲ୍ଲୀର ୧୦ ପ୍ରତିଶତ ଜନତା ଅର୍ଥାତ୍‌ ୧୭ ଲକ୍ଷ ଲୋକ ମାସକୁ ୧୦ ହଜାର ବା ତା’ଠୁ ତଳକୁ ରୋଜଗାର କରନ୍ତି। ସେହିପରି ୨୦ ପ୍ରତିଶତ ଜନତା ମାସକୁ ୧୦ରୁ ୩୦ ହଜାର ଟଙ୍କା ମାସକୁ ରୋଜଗାର କରିଥାଆନ୍ତି। ଏଣୁ ଲୋକଙ୍କୁ ସହାୟକ ହେବା ଲାଗି ଆପ୍‌ ପିଇବା ପାଣି ଦରକୁ ଅଧା କମାଇଥିଲେ। ଠିକ୍‌ ସେହିପରି ଲୋକଙ୍କୁ ମାଗଣା ବିଜୁଳି ଓ ମହିଳା ଯାତ୍ରୀଙ୍କୁ ମାଗଣା ବସ୍‌ ସେବା ଯୋଗାଇ ଲୋକଙ୍କ ପ୍ରିୟପାତ୍ର ହୋଇଥିଲେ। ଯାହାର ଫଳାଫଳ ୨୦୨୦ ନିର୍ବାଚନରେ ଦେଖିବାକୁ ମିଳିଛି। ଆପ୍‌ ୭୦ରୁ ୬୨ ଆସନରେ ବିଜୟ ଲାଭ କରିପାରିଛି। ଏହା କେବଳ ତାଙ୍କ ପ୍ରତିଶୃତି ଯୋଗୁ ହିଁ ସମ୍ଭବ ହୋଇପାରିଛି।

ଦିଲ୍ଲୀ ରାଜ୍ୟର ସମୁଦାୟ ଭୋଟରଙ୍କ ଭିତରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଭୋଟରଙ୍କ ସଂଖ୍ୟା ହେଉଛି ୫୦ ପ୍ରତିଶତ। ଏହି ୫୦ ପ୍ରତିଶତ ଲୋକ କେଜ୍ରିୱାଲ୍‌ଙ୍କ ଦ୍ଵାରା ଘୋଷିତ ବିଭିନ୍ନ ଜନମଙ୍ଗଳ ଯୋଜନାରେ ଯଥେଷ୍ଟ ଫାଇଦା ପାଇଛନ୍ତି। ପ୍ରତି ୧୨ ହଜାର ଲୋକସଂଖ୍ୟରେ ଗୋଟିଏ ମୋହଲ୍ଲା କ୍ଲିନିକ୍‌ ହିସାବରେ ରାଜ୍ୟରେ ୪୦୦ ମୋହଲ୍ଲା କ୍ଲିନିକ୍‌ ଖୋଲାଯିବା ଦ୍ଵାରା ଗୁଣାତ୍ମକ ଚିକିତ୍ସା ହାତ ପାହାନ୍ତାରେ ମାଗଣାରେ ଉପଲବ୍ଧ ହୋଇପାରିଛି। ଏହି ଯୋଜନା ଯଥେଷ୍ଟ ଲୋକାଦୃତି ହାସଲ କରିଛି। ଦିଲ୍ଲୀରେ ନିରାପତ୍ତା ଦୃଷ୍ଟିକୋଣକୁ ଲକ୍ଷ୍ୟ କରି ବିଗତ ଦିନରେ ଯେଉଁସବୁ ସମାଲୋଚନା କରାଯାଉଥିଲା ତାହାକୁ ଆପ୍‌ ଗୁରୁତ୍ଵ ଦେଇଛି। ଦିଲ୍ଲୀ ପରିବହନ ଦ୍ଵାରା ଚାଲୁଥିବା ପ୍ରତି ବସ୍‌ରେ ସୁରକ୍ଷା ବ୍ୟବସ୍ଥା କରାଯିବା ଦ୍ଵାରା ମହିଳା ଯାତ୍ରୀଙ୍କ ଭିତରେ ଆତ୍ମ ବିଶ୍ଵାସ ବୃଦ୍ଧି ପାଇଛି। ମହିଳା ଯାତ୍ରୀଙ୍କୁ ମାଗଣାରେ ଯାତ୍ରା କରିବାର ସୁବିଧା ପ୍ରଦାନ କରିବା ଦ୍ଵାରା ପ୍ରତି ମହିଳା ମାସକୁ ୧୨୦୦ରୁ ୧୮୦୦ ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହୋଇପାରୁଛନ୍ତି। ମାଗଣା ବିଜୁଳି ଯୋଜନା ଦ୍ଵାରା ହଜାର ହଜାର ସଂଖ୍ୟାରେ ଘର ଉପକୃତ ହୋଇଛନ୍ତି। ଏମାନେ ୨୦୦ୟୁନିଟ୍‌ରୁ କମ୍‌ ବିଜୁଳି ବ୍ୟବହାର କରୁଛନ୍ତି।

ନିଜର ନିର୍ବାଚନ ଅଭିଜ୍ଞତାକୁ ଧରି ରଖି ଆପ୍‌ ଏଥର ନୂଆ ନୂଆ ଯୋଜନା ଘୋଷଣା କରିଥିଲେ। ଏଥର ଆପ୍‌ ପକ୍ଷରୁ ମହିଳାଙ୍କ ଲାଗି ମାଗଣା ଯାତ୍ରା ସୁବିଧା ଉପଲବ୍ଧି କରାଯାଇଛି। ଆପ୍‌ ସରକାରଙ୍କ ଏପରି ଘୋଷଣା ଟିକସଦାତାଙ୍କ ଉପରେ ଏକ ବୋଝ ବୋଲି ସମାଲୋଚନା କରାଯାଉଛି।ହେଲେ ଆପ୍‌ ନେତାଙ୍କ ଅନୁସାରେ ମାଗଣା ଉପହାର ସେଠାରେ ଜରୁରୀ ଯେଉଁଠାରେ ଅଧିକାଂଶ ଲୋକଙ୍କ ଅର୍ଥନୀତିକ ଅବସ୍ଥା ଦାରିଦ୍ର୍ୟ ବା ସ୍ଵଳ୍ପ ଆୟ ଭିତରେ ଗତି କରୁଛି। ଅନ୍ୟ ପକ୍ଷରେ ଗଲା ୭୦ ଦଶକରେ ରାଜ୍ୟ ଯେଉଁ ପ୍ରକାରରେ ଶାସନ ହେଉଥିଲା ତାହାର ଏକ ସମୀକ୍ଷା କରି ଆପ୍‌ ସେ ସବୁକୁ ଊର୍ଦ୍ଧ୍ବ ଆଣି ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଚାହିଁଛି।

ABOUT THE AUTHOR

...view details