ମୁମ୍ବାଇ: ଗୁରୁବାର ଶିବସେନା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦିନ । ଆଜି ପ୍ରଥମ ଥର ପାଇଁ ଠାକରେ ପରିବାରର କୌଣସି ସଦସ୍ୟ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଛନ୍ତି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଯାହାକୁ ନେଇ ଶିବ ସୈନିକଙ୍କ ମଧ୍ୟରେ ଉତ୍ସାହ ଏବଂ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ତେବେ ଇତି ମଧ୍ୟରେ ମୁମ୍ବାଇର ଶିବସେନା ଭବନ ନିକଟରେ ଶିବସେନା ସଂସ୍ଥାପକ ବାଲ ସାହେବ ଠାକରେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଫଟୋ ଥିବା ପୋଷ୍ଟର ଦେଖିବାକୁ ମିଳିଛି ।
ଶିବସେନା ଭବନ ଆଗରେ ଲାଗିଲା ବାଲ ଠାକରେ-ଇନ୍ଦିରାଙ୍କ ପୋଷ୍ଟର
ମୁଖ୍ୟମନ୍ତ୍ରୀ ଭାବରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଶପଥ ଗ୍ରହଣ ପୂର୍ବରୁ ଶିବସେନା ଭବନ ନିକଟରେ ଶିବସେନା ସଂସ୍ଥାପକ ବାଲ ସାହେବ ଠାକରେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଫଟୋ ଥିବା ପୋଷ୍ଟର ଦେଖିବାକୁ ମିଳିଛି ।
ଏହି ପୋଷ୍ଟରରେ ବାଲା ଠାକରେ, ଶରଦ ପାୱାର ଏବଂ ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ପୁରୁଣା ଫଟୋ ମଧ୍ୟ ରହିଛି । ତେବେ ପୋଷ୍ଟରରେ ସେମାନଙ୍କ ଫଟୋ ସହ ଲେଖାଯାଇଛି, ବାଲା ସାହେବଙ୍କ ସ୍ବପ୍ନ ପୂରଣ ହୋଇଛି, ଶିବସେନା ମୁଖ୍ୟମନ୍ତ୍ରୀ ହୋଇଛି । ଏହି ପୋଷ୍ଟରରେ ବାଲ ଠାକରେ ଇନ୍ଦିରା ଗାନ୍ଧୀଙ୍କୁ ଅଭିବାଦନ କରୁଥିବା ନଜର ଆସିଛନ୍ତି ।
ସୂଚନାଯୋଗ୍ୟ ଯେ, ଶିବସେନା ସଂସ୍ଥାପକ ଠାକରେ ଅନେକ ଥର ଇନ୍ଦିରା ଗାନ୍ଧୀଙ୍କ ନୀତିର ସମର୍ଥନ କରିଛନ୍ତି । ବାଲାସାହେବ 1975 ରେ ଇନ୍ଦିରା ସରକାରଙ୍କ ଦ୍ବାରା ଲଗାଯାଇଥିବା ଜରୁରୀକାଳିନ ପରିସ୍ଥିତିର ମଧ୍ୟ ସମର୍ଥନ କରିଥିଲେ । ଏହା ବ୍ୟତୀୟ ଦେଶରେ ଜନତା ଦଳର ସରକାର ଆସିବା ପରେ 1978 ରେ ଇନ୍ଦିରାଙ୍କୁ ଗିରଫ କରାଯାଇଥିଲା, ଯାହା ବିରୋଧରେ ଠାକରେ ବନ୍ଦ ଆନ୍ଦୋଳନ ଆୟୋଜିତ କରିଥିଲେ ।