ଓଡିଶା

odisha

ETV Bharat / bharat

ଆଲିଗଡ କାଣ୍ଡ: ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଆଲିଗଡ ଘଟଣାକୁ ନେଇ ସମଗ୍ର ଦେଶରେ ଦେଖାଦେଇଛି ପ୍ରତିକ୍ରିୟା। ଏ ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡର ବ୍ୟବଚ୍ଛେଦ ରିପୋର୍ଟରେ ଦୁଷ୍କର୍ମ ହୋଇନଥିବା କୁହାଯାଇଛି।

ପ୍ରତିକାତ୍ମକ ଫଟୋ

By

Published : Jun 8, 2019, 3:02 PM IST

Updated : Jun 8, 2019, 5:55 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଲିଗଡରେ ହୋଇଥିବା ନାବଳିକା ଦୁଷ୍କର୍ମ ଘଟଣାକୁ ସ୍ତବ୍ଧ ହୋଇ ଉଠିଛି ସମଗ୍ର ଦେଶ। ଏହାକୁ ନେଇ ଦେଶବ୍ୟାପୀ ଦେଖିବାକୁ ମିଳିଛି ପ୍ରତିକ୍ରିୟା। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଜାତୀୟ ରାଜନୀତି ପର୍ଯ୍ୟନ୍ତ ସବୁଆଡେ ଏହି ଘଟଣାର ତୀବ୍ର ନିନ୍ଦା କରାଯାଉଛି। ଏ ଘଟଣାରେ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ପୀଡିତାଙ୍କ ପରିବାରବର୍ଗ ସମେତ ସମସ୍ତ ଦେଶବାସୀ ଦାବି ଉଠାଇଛନ୍ତି। ସେପଟେ ପୀଡିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।ଯେଉଁଥିରେ କୁହାଯାଇଛି ଯେ ପୀଡିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ସେପରି କୌଣସି ଅମାନବୀୟ ଘଟଣା ପୀଡିତାଙ୍କ ସହ ହୋଇନାହିଁ ବୋଲି ଆଲିଗଡ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଏକ 3 ଡାକ୍ତରୀ ଟିମ୍‌ ଦ୍ବାରା ମୃତ ନାବାଳିକଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ଥିବା ବେଳେ ଏଥିରେ ଜଣେ ମହିଳା ଡାକ୍ତର ମଧ୍ୟ ସାମିଲ ଥିଲେ। ଯାହାର ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ବଳାତ୍କାର ହୋଇନଥିବା କୁହାଯାଇଛି। ହେଲେ ଏ ଘଟଣାର ଅନ୍ୟାନ୍ୟ ତଦନ୍ତ ପାଇଁ ପୋଷ୍ଟ ମର୍ଟନମରେ ବ୍ୟବହୃତ ହୋଇଥିବା ସାମ୍ପଲ ପୋଲିସକୁ ହସ୍ତାନ୍ତର କରାଯାଇଛି । ସେପଟେ ଶିଶୁକନ୍ୟାଟିର ମୃତଦେହ ଗଳିତ ହୋଇଯାଇଥିବାରୁ ଏସିଡ ମାଡ ହେବା ଭଳି ଜଣା ପଡୁଥିଲା।

ସୂଚନା ଯୋଗ୍ୟ ଯେ, ଉତ୍ତରପ୍ରଦେଶର ଆଲିଗଡ଼ରେ ଅଢ଼େଇ ବର୍ଷର ଏକ ଶିଶୁକନ୍ୟାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଜଣାପଡିଥିଲା । ଶିଶୁଟିର ଆଖି ଦୁଇଟିକୁ ନଷ୍ଟ କରିଦିଆଯିବା ସହ ହାତଗୋଡ଼ ମଧ୍ୟ ଭାଙ୍ଗି ଦିଆଯାଇଥିଲା। ତାକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ ।

Last Updated : Jun 8, 2019, 5:55 PM IST

For All Latest Updates

ABOUT THE AUTHOR

...view details