ଓଡିଶା

odisha

ETV Bharat / bharat

ମୋଦି ଓ ଡୋଭାଲଙ୍କୁ ଭେଟିଲେ ପମ୍ପେଓ

ଭାରତ ଗସ୍ତରେ ଆମେରିକା ବୈଦେଶିକ ମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସହ ଅଜିତ ଡୋଭାଲଙ୍କୁ ଭେଟିଛନ୍ତି। ତେବେ ଏହି ସାକ୍ଷାତାକାରରେ ଉଭୟ ଦେଶ ମଧ୍ୟରେ ଲାଗିଥିବା ବିବାଦ ଉପରେ ମଧ୍ୟ ଆଲୋଚନା ହୋଇପାରେ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Jun 26, 2019, 3:33 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି ଆମେରିକୀୟ ବୈଦେଶିକ ସଚିବ ମାଇକ ପମ୍ପେଓ । ଜି-20 ସମ୍ମିଳନୀ ପୂର୍ବରୁ ଭାରତ ଗସ୍ତରେ ଆସିଛନ୍ତି ସେ । ଆତଙ୍କବାଦୀ, ଏଚ-ୱାନବି ଭିସା, ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ନେଇ ବିଭିନ୍ନ ବିଷୟରେ ବୈଦଶିକ ମନ୍ତ୍ରୀ ଏସ.ଜୟଶଙ୍କର ସହ ଆଲୋଚନା କରିଛନ୍ତି ପମ୍ପେଓ।

ଋଷଠାରୁ ଭାରତର ଅସ୍ତ୍ରଶସ୍ତ୍ର କ୍ରୟ ହେଉ କି ଇରାନ ଠାରୁ ତୈଳ କ୍ରୟ ଆମେରିକା ଲଗାଇଥିବା ପ୍ରତିବନ୍ଧକ ଉପରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ପ୍ରଚଣ୍ଡ ବିଜୟ ପରେ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଏହା ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ ।

ଚଳିତ ସପ୍ତାହରେ ଜାପାନ ଓସାକା ଜି-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ସହ ବୈଠକ ପୂର୍ବରୁ ଏହି ପମ୍ପେଓଙ୍କ ବୈଠକ ଅନୁଷ୍ଠିତ ହୋଇଛି ।

ABOUT THE AUTHOR

...view details