ଉଜୈନ: ଦେଶରେ ଏବେ ବଡ ସମସ୍ୟା ଭାବେ ଉଭା ହୋଇଛି ମାନସିକ ଚିନ୍ତା । ମାନିସକ ଚାପଗ୍ରସ୍ତ ହୋଇ ଜଣେ ଯୁବତୀ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ଝରକା ବାହାରୁ ବାହାରି ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବତୀକୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ଘଟଣାଟି ମଧ୍ୟପ୍ରଦେଶ ଉଜୈନ ଅଞ୍ଚଳରେ ଦେଖିବାକୁ ମିଳିଛି ।
ମାନସିକ ଚାପଗ୍ରସ୍ତ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ଅଗ୍ନିଶମ - ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ
ଦେଶରେ ଏବେ ବଡ ସମସ୍ୟା ଭାବେ ଉଭା ହୋଇଛି ମାନସିକ ଚିନ୍ତା । ମାନିସକ ଚାପଗ୍ରସ୍ତ ହୋଇ ଜଣେ ଯୁବତୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...
ମାନସିକ ଚାପଗ୍ରସ୍ତ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ
ସୂଚନା ମୁତାବକ, ଯୁବତୀ ଜଣକଙ୍କ ନାମ ସଲୋନୀ । ଗୁରୁବାର ହଠାତ ଆପାର୍ଟମେଣ୍ଟର ଝରକାରୁ ବାହାରି ଆତ୍ମହତ୍ୟା କରିବାର ଧମକ ଦେବାରେ ଲାଗିଥିଲେ । ଏହା ପରେ ପଡୋଶୀମାନେ ଏପରି ନ କରିବାକୁ ବାରଣ କରିଥିଲେ । ଉଚିତ ସମୟରେ ଅଗ୍ନିଶମ ବିଭାଗ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ ।
ପୋଲିସ ଅନୁସାରେ, ଯୁବତୀ ଜଣକ ସାବତ ମାଆଙ୍କ ରହୁଥିଲେ । ପୋଡଶୀଙ୍କ କହିବାନୁସାରେ ଗତକିଛି ମାସ ଧରି ଯୁବତୀଙ୍କ ଜଣ ମାନସିକ ଚାପଗ୍ରସ୍ତ ରହିଥିଲା ।