ଓଡିଶା

odisha

ETV Bharat / bharat

ନେତାଙ୍କ ହୋଡିଂ ହଟାଇ ହରଡଘଣାରେ ପୋଲିସ !

ବାଜି ସାରିଛି ନିର୍ବାଚନୀ ବିଗୁଲ । ତୟାର ହେଉଛି ପ୍ରଶାସନ । ଆଚରଣ ବିଧି ଲାଗୁ ହେବା ପରେ ଜଣେ ପୋଲିସ କର୍ହୋମଚାରୀ ନେତାଙ୍କ ହୋଡିଂ କାଢି ହରଡଘଣାରେ ପଡିଛନ୍ତି ।

By

Published : Mar 11, 2019, 8:39 PM IST

ଫଟୋ ସୌଜନ୍ୟ: ଏଏନଆଇ

ଉନ୍ନାଓ: 2019 ନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି । ଏହାର ତଦାରଖ ଦାୟିତ୍ବରେ ଥିବା ଜଣେ ପୋଲିସ ଅଧିକାରୀ ଏବେ ହରଡଘଣାରେ । ନେତାଙ୍କ ହୋଡିଂକୁ ବାହାର କରିବାକୁ ଯାଇ ଫସିଛନ୍ତି ସବ ଇନସ୍ପେକ୍ଟର ।

କନେଷ୍ଟବଳ ଇଲେକ୍ଟ୍ରି ପୋଲ ଉପରେ ଚଢି ହୋଡିଂ କାଢୁଥିଲେ । ଏପଟେ ତାରିଫ ଶୁଣିବାକୁ ସେଲଫି ନେଉଥିଲେ ସବ ଇନସ୍ପେକ୍ଟର । ଆଉ ଏହି ଫଟୋକୁ ଅପଲୋଡ କରିଥିଲେ ସୋସିଆଲ ମିଡିଆରେ । ତେବେ ବିନା କୌଣସି ସୁରକ୍ଷାରେ ଏପରି କିପରି କରାଯାଉଥିଲା, ସେ ନେଇ ଉଠିଛି ପ୍ରଶ୍ନ ।

ଏନେଇ ଉକ୍ତ ସବ ଇନସ୍ପେକ୍ଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ କନେଷ୍ଟନ ଜଣକ ସବ ଇନସ୍ପେକ୍ଟର ଜଣକଙ୍କ ନିର୍ଦ୍ଦେଶ କ୍ରମେ ପୋଲ ଉପରେ ଚଢିଥିଲେ ।

ABOUT THE AUTHOR

...view details