ଓଡିଶା

odisha

ETV Bharat / bharat

ଲକଡାଉନରେ ଆସାମ ଜଗିବ ଡ୍ରୋନ

କୋରୋନା ଭାଇରସ ଲକ ଡାଉନକୁ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ ଧରିବା ପାଇଁ ଆସାମରେ ଡ୍ରୋନ ଉଡାଇଲା ପୋଲିସ । ଅଧିକ ପଢନ୍ତୁ...

By

Published : Apr 5, 2020, 3:49 PM IST

drone
ଲକଡାଉନରେ ଆସାମ ଜଗିବ ଡ୍ରୋନ

ଗୌହାଟି: କୋଭିଡ-19 କାରଣରୁ ସମଗ୍ର ଦେଶକୁ ଲକଡାଉନ କରାଯାଇଛି । ଏହାକୁ କିଛି ଲୋକ ପାଳନ କରୁଥିବା ବେଳେ ଆଉ କିଛି ଏହାକୁ ବାରମ୍ବାର ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପୋଲିସ ସେମାନଙ୍କ ଉଫରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ସେହିପରି ପରିସ୍ଥିତି ଆସାମରେ ମଧ୍ୟ ସୃଷ୍ଟି ହୋଇଛି । ଯାହାକୁ ନେଇ ପରିସ୍ଥିତି ଉପରେ ନଜର ରଖିବା ପାଇଁ ଗୌହାଟୀରେ ଡ୍ରୋନ୍ କ୍ୟାମେରା ନିୟୋଜିତ କରିଛି ପୋଲିସ। ପୋଲିସ କମିଶନର ଏମପି ଗୁପ୍ତା କହିଛନ୍ତି, "ଲକଡାଉନ ଆଦେଶ ଉଲ୍ଲଂଘନ କରି ଆମେ 75 ଜଣଙ୍କୁ ଗିରଫ କରିଛୁ ଏବଂ ପ୍ରାୟ 2000 ଗାଡି ଜବତ କରିଛୁ"।

ABOUT THE AUTHOR

...view details