ଓଡିଶା

odisha

ETV Bharat / bharat

ଆଇଏସଆଇଏସ ସହ ଲିଙ୍କ: କୋଲକତାରୁ 4 ସନ୍ଦିଗ୍ଧ ଗିରଫ

କୋଲକତାରୁ 4 ସନ୍ଦିଗ୍ଧଙ୍କୁ ଗିରଫ କରିଛି ଏସଟିଏଫ । ଏମାନେ ଆଇଏସଆଇଏସ ଓ ବାଂଲାଦେଶର ଆତଙ୍କୀ ସଙ୍ଗଠନ ସହ ଜଡିତ ଥିବା ଜାଣିବାକୁ ପାଇଛି ପୋଲିସ ।

By

Published : Jun 25, 2019, 12:46 PM IST

ପ୍ରତିକାତ୍ମକ ଫଟୋ

କୋଲକତା: କୋଲକତା ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ)କୁ ବଡ ସଫଳତା । ଏସଟିଏଫ ହାତରେ ଧରାପଡିଛନ୍ତି 4 ସନ୍ଦିଗ୍ଧ । ଏମାନେ ନବ-ଜମାତ-ଉଲ- ମୁଜାହିଦିନ୍(ଜିଏବି) ଓ ଆଇଏସଆଇଏସ ଆତଙ୍କୀ ସଙ୍ଗଠନ ସହ ଜଡିତ ଥିବା ପୋଲିସ ଜାଣିବାକୁ ପାଇଛି ।

ଏମାନଙ୍କ ଠାରୁ ବିପୁଳ ମାତ୍ରାରେ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ । ଏସଟିଏଫର ଏକ ଟିମ୍ ସନ୍ଦିଗ୍ଧଙ୍କୁ କୋଲକତାର ସିଆଲଦାହ ରେଳ ଷ୍ଟେସନ ନିକଟରୁ ଗିରଫ କରିଛି । ଏମାନଙ୍କ ମଧ୍ୟରୁ 3ଜଣ ବାଂଲାଦେଶୀ ନାଗରିକ ହୋଇଥିବା ବେଳେ ଜଣେ ଭାରତୀୟ ହୋଇଥିବା ଜଣାପଡିଛି । ତେବେ ଏମାନଙ୍କ ଠାରୁ ଜବତ ହୋଇଥିବା ମୋବାଇଲରୁ ଜିହାଦ ସହ ଜଡିତ ଥିବା ଅନେକ ମେସେଜ୍ , ଫଟୋ ଓ ଭିଡିଓ ମିଳିଛି ।

କୁହାଯାଉଛି, ଏମାନେ ଭାରତୀୟ ଯୁବକଙ୍କୁ ଆତଙ୍କୀ ସଙ୍ଗଠନରେ ସାମିଲ କରିବା ଏବଂ ଆତଙ୍କୀଙ୍କ ପାଇଁ ଅର୍ଥ ଯୋଗାଡ଼ କାମରେ ନିୟୋଜିତ ଥିଲେ । ତେବେ ଏମାନଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ ।

ABOUT THE AUTHOR

...view details