ଓଡିଶା

odisha

ETV Bharat / bharat

ପିଓକେ ହିମସ୍ଖଳନରେ 23 ମୃତ, 12 ନିଖୋଜ

ପିଓକେର ହିମସ୍ଖଳନ ଫଳରେ ବନ୍ୟା ପରିସ୍ଥିତି । ଘଟଣାରେ 23 ଜଣଙ୍କ ପ୍ରାଣ ଯାଇଥିବା ବେଳେ ଏବେ ବି ନିଖୋଜ 12 ଜଣ । ପ୍ରାୟ 150 ଘର ଭାଙ୍ଗି ପାଣିରେ ଭାସିଯାଇଥିବା ବେଳେ ଭଙ୍ଗା ଘରେ ମରଣ ସହ ସଂଗ୍ରାମ କରୁଛନ୍ତି କିଛି ଲୋକ ।

By

Published : Jul 15, 2019, 5:55 PM IST

Updated : Jul 15, 2019, 6:21 PM IST

ଫଟୋ ସୌଜନ୍ୟ : ଏଏନଆଇ


ଶ୍ରୀନଗର: 4 ବର୍ଷ ପରେ ପୁଣି ଜଳମଗ୍ନ ହେଲା ପିଓକେ ନିଲମ ଭ୍ୟାଲି । ହୀମସ୍ଖଳନ ପରେ ହଠାତ ଆସିଥିଲା ବନ୍ୟା ଯେଉଁଥିରେ 23 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 12 ଜଣଙ୍କର ପତ୍ତା ମିଳୁନାହିଁ ।

ରାଜ୍ୟ ବିପର୍ଯ୍ୟୟ ଅଧିକାରୀଙ୍କ ସୂଚନା ଅନୁସାରେ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରର ଆଶଙ୍କା ରହିଛି । ଲସୱା ଅଞ୍ଚଳର ପ୍ରାୟ 150 ଘର ସଂପୂର୍ଣ୍ଣ ଧୋଇ ହୋଇଯାଇଛି । ସେହି ଘର ଭିତରେ ମଧ୍ୟ କିଛି ଲୋକ ଫସିରହିଥିବା ଜଣାପଡିଛି ।

ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ଚେଷ୍ଟା ଆରମ୍ଭ କରିଛି । 2015 ମସିହାରେ ହଠାତ ବନ୍ୟା ଯୋଗୁଁ ପ୍ରାୟ 3 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 25 ହଜାର ଲୋକ ପ୍ରଭାବିତ ହୋଇଥିଲେ ।

Last Updated : Jul 15, 2019, 6:21 PM IST

For All Latest Updates

ABOUT THE AUTHOR

...view details