ଲକ୍ଷ୍ନୌ : ଆପଣ ଏକଥା ନିଶ୍ଚୟ ଶୁଣିଥିବେ 'ଓଲ୍ଡ ଇଜ ଗୋଲ୍ଡ' । ଏହା ଏବେ ଦେଖିବାକୁ ମିଳିଛି ବର୍ତ୍ତମାନର ଫ୍ୟାସନ ଦୁନିଆରେ । 70-80 ଦଶକର ଡିଜାଇନ ଏବେ ଏକବିଂଶ ଶତାବ୍ଦୀର ସାଜିଛି ଟ୍ରେଣ୍ଡ । ସେ ଅନାରକଲୀ ଡ୍ରେସ ହେଉ ବା ପ୍ଲାଜୋ ପ୍ୟାଣ୍ଟ ସବୁ ଏବେ ଝିଅଙ୍କ ଫାଷ୍ଟ ଚଏସ । ଏହି ଧାରାରେ ପଛରେ ପଡିନି ପକେଟ ଶାଢୀ । ପୁରୁଣା କାଳର ସେହି ପ୍ରିଣ୍ଟିଂ ପକେଟ ଶାଢୀ ପିନ୍ଧିବାକୁ ଏବେ ପାଗଳ ମହିଳା । ଏହି ଶାଢୀ ଏବେ ସୁରଟର ବ୍ୟବସାୟୀ ତିଆରି କରୁଛନ୍ତି । କିଛି ଦିନ ପରେ ଏହା କାନପୁର ବଜାରକୁ ଆସିବ ।
ବଜାରକୁ ଆସିବ ପକେଟ ଶାଢୀ, ବୁକିଂ ଆରମ୍ଭ - kanpur
ପୁଣି ବଜାରକୁ ଫେରିଛି ଓଲ୍ଡ ମଡେଲର ପକେଟ ଶାଢୀ । ଫେରୁଛି ଓଲ୍ଡ ଡିଜାଇନ ଯାହା ପ୍ରତି ଯୁବପିଢି ଖୁବ ଆକର୍ଷିତ ହେଉଛନ୍ତି ।
ଫାଇଲ ଫଟୋ
ଭାରତୀୟ ସଂସ୍କୃତିର ପରିଚୟ ଦିଏ ଶାଢୀ । ମାତ୍ର ଏହାକୁ ଭୁଲି ସମସ୍ତେ ଆପଣାଇଥିଲେ ଆଧୁନିକୀ ପୋଷାକକୁ । ଜିନ୍ସ -ଟପ ଓ ସୁଟ ପିନ୍ଧି କାମ କରିବା ସହଜ ହୋଇଗଲା । କିନ୍ତୁ ଏବେ ପୁଣି ସମୟ ଆସିଯାଇଛି ସେହି ପୁରୁଣା ଷ୍ଟାଇଲକୁ ।
ଆପଣ ଆଗରୁ ଜିନ୍ସରେ ପକେଟ ଥିବା କଥା ଜାଣିଥିବେ । ଏବେ ପକେଟ ଶାଢୀ ବଜାରରେ ନିଶ୍ଚୟ ଦେଖାଇବ ଜଲୱା। ଶାଢୀ ବଜାରକୁ ଆସିବା ପୂର୍ବରୁ ଆରମ୍ଭ ହେଲାଣି ବୁକିଂ । ଏକ ହଜାରରୁ ଆରମ୍ଭ କରି 3 ହଜାର ପର୍ଯ୍ୟନ୍ତ ମୂଲ୍ୟରେ ଉପଲବ୍ଧ ହେବ ଏହି ଶାଢୀ ।