ଓଡିଶା

odisha

ETV Bharat / bharat

ଶନିବାର ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଏହି କେନ୍ଦ୍ରର ଉଦଘାଟଟିତ ହେବ । ଅଧିକ ପଢନ୍ତୁ...

By

Published : Aug 7, 2020, 3:37 PM IST

ଶନିବାର ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
ଶନିବାର ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ସ୍ବଚ୍ଛ ଭାରତର ଅନୁଭୂତିକୁ ନେଇ ନିର୍ମିତ ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଏହି କେନ୍ଦ୍ର ଉଦଘାଟିତ ହେବ । ମହାତ୍ମା ଗାନ୍ଧୀଙ୍କ ଚମ୍ପାରଣ ସତ୍ୟାଗ୍ରହର ଶହେ ବର୍ଷ ପୂର୍ତ୍ତି ଅବସରରେ 2017 ଏପ୍ରିଲ 10ରେ ପ୍ରଥମ ଥର ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ।

ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ର ଭବିଷ୍ୟତ ପିଢିକୁ ବିଶ୍ବର ସର୍ବ ବୃହତ ଆଚରଣ ପରିବର୍ତ୍ତନ ଅଭିଯାନ, ସ୍ବଚ୍ଛ ଭାରତ ମିଶନର ସଫଳ ଯାତ୍ରା ସହିତ ପରିଚିତ କରାଇବ | ଏହା ସ୍ବଚ୍ଛତା ଏବଂ ଆନୁଷଙ୍ଗିକ ଦିଗ ଉପରେ ସୂଚନା, ସଚେତନତା ଏବଂ ଶିକ୍ଷା ପ୍ରଦାନ କରିବ |

ଏହି କେନ୍ଦ୍ରର ହଲ୍‌ 1ରେ ପରିଦର୍ଶକମାନେ 360 ଡିଗ୍ରୀ ° ଅଡିଓ ଭିଜୁଆଲ୍ ଇମର୍ସିଭ୍ ସୋର ନିଆରା ଅନୁଭବ ପାଇବେ, ଯାହା କି ଭାରତର ସ୍ବଚ୍ଛତା କାହାଣୀକୁ ବର୍ଣ୍ଣନା କରିବ । ସେହିପରି ସ୍ବଚ୍ଛ ଭାରତ ଦିଗରେ ବାପୁଙ୍କ ଦ୍ବାରା କରାଯାଇଥିବା କାର୍ଯ୍ୟର କାହାଣୀ କହିବାକୁ ହଲ୍ 2ରେ ଇଣ୍ଟରାକ୍ଟିଭ୍ ଏଲଇଡି ପ୍ୟାନେଲ, ହୋଲଗ୍ରାମ, ଇଣ୍ଟରାକ୍ଟିଭ୍ ଗେମ୍ ଏବଂ ଅନେକ କିଛି ରହିଛି |

ଆରଏସକେ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀର 36ଟି ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ 36ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିତ୍ବ କରୁଥିବା ଛାତ୍ରୀଛାତ୍ରୀଙ୍କ ସହ ଆଲୋଚନା କରିବେ । ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଦେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ABOUT THE AUTHOR

...view details