ନୂଆଦିଲ୍ଲୀ: ରାଫେଲ ଡିଲ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣି ଟାର୍ଗେଟ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାହୁଲ।
'ରାଫେଲ୍ ଡିଲରେ ଭ୍ରଷ୍ଟାଚାର ବିରୋଧୀ ଆଇନକୁ ବାଦ୍ ଦିଆଯାଇଛି'
ରାଫେଲ ପ୍ରସଙ୍ଗରେ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ। ରାଫେଲ ଚୁକ୍ତି ବେଳେ ଭ୍ରଷ୍ଟାଚାର ବିରୋଧୀ ଆଇନକୁ ବାଦ୍ ଦିଆଯାଇଥିବା ରାହୁଲ ଅଭିଯୋଗ କରିଛନ୍ତି।
ଫଟୋ ସୌଜନ୍ୟ: ଏଏନଆଇ
ସେ କହିଛନ୍ତି ପ୍ରତିରକ୍ଷା ଚୁକ୍ତିରେ ଭ୍ରଷ୍ଟାଚାର ବିରୋଧୀ ଆଇନ ରହିଛି । ହେଲେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରାଫେଲ ଡିଲ ବେଳେ ଏହି ଆଇନକୁ ବାଦ୍ ଦିଆଯାଇଛି। ତେଣୁ ମୋଦି ଲୁଟ କରିବା ପାଇଁ ଏପରି କରିଛନ୍ତି ବୋଲି ସେ କହିଛନ୍ତି।
ରାଫେଲ ଡିଲ ପ୍ରସଙ୍ଗରେ କଂଗ୍ରେସ ଅଭିଯୋଗ କରିଛି ଯେ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ବେଆଇନ ଭାବରେ 'ଡାସଲ୍ଟ' ସହ ଚୁକ୍ତି କରାଯାଇଛି । 'ହାଲ'କୁ ଜାଣିଶୁଣି ବାଦ ଦିଆଯାଇଛି। ଏହା ଦ୍ୱାରା ଅନୀଲ ଅମ୍ବାନୀଙ୍କୁ ଲାଭ ହୋଇଛି। ହେଲେ କଂଗ୍ରେସର ଏହି ଅଭିଯୋଗ ଭିତ୍ତିହୀନ ବୋଲି ବିଜେପି କହିଆସୁଛି।