ଲକ୍ଷ୍ନୌ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ମୌ ଠାରେ ବାଜପେୟୀଙ୍କ ଏକ 25 ଫୁଟର ପ୍ରତିମୂର୍ତ୍ତୀ ଅନାବରଣ ହୋଇଛି । ଅଟଳଙ୍କ 95 ତମ ଜନ୍ମ ଜୟନ୍ତୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଅନାବରଣ କରିଛନ୍ତି।
ଏହି ଅବସରରେ ମୋଦି କହିଛନ୍ତି ଆଜି ୟୁପି ମୁଖ୍ୟମନ୍ତ୍ରୀ ମୋର ସ୍ବାଗତ କରିଛନ୍ତି । ଏହି କାଶୀ ସାଂସଦ ହୃଦୟରୁ ଧନ୍ୟବାଦ ଜଣାଉଛି। ମୋର ସୌଭାଗ୍ୟ ଅଟଳଙ୍କ ଜନ୍ମଦିନରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଦ୍ବିତୀୟ କର୍ଯ୍ୟକ୍ରମରେ ମୁଁ ସାମିଲ ହୋଇଛି। ଏହା ପୂର୍ବରୁ ମୋଦି ନୂଆଦିଲ୍ଲୀ ବିଜ୍ଞାନ ଭବନ ଠାରେ ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଥିଲେ ଯେତେବେଳେ ଅଟଳ ଜୀ ଯେବେ ସାଂସଦ ଥିଲେ ଲକ୍ଷ୍ନୌର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଥିଲେ । ଆଜି ତାଙ୍କ କାର୍ଯ୍ୟଧାରାକୁ ରାଜନାଥ ସିଂ ଆଗେଇ ନେଉଛନ୍ତି । ଆଜି ଏଠାରେ ଅଟଳ ମେଡିକାଲ କଲେଜ ମଧ୍ୟ ଶିଳାନ୍ୟାସ ହୋଇଛି । ଏହି ୟୁନିଭର୍ସିଟି ନିର୍ମାଣ ହେଲେ ୟୁପିରେ ଆହୁରି ଅନେକ ସ୍ବାସ୍ଥ୍ୟସେବାରେ ସୁଧାର ଆସିପାରିବ। ୟୁପି ସମେତ ପୁରାଦେଶର ସ୍ବାସ୍ଥ୍ୟସେବା ବିକାଶ ପାଇଁ ଆମର ଭିଜନ ଓ ମିଶନ ସର୍ବଦା ପ୍ରାଥମିକତା ରହିଆସିଛି ବୋଲି କହିଛନ୍ତି।
ମୋଦି ଆହୁରି କହିଛନ୍ତି ଆମ ସରକାର ଦେଶବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ସବୁବେଳେ ଆଗୁଆ ପ୍ରତିଶେଧମୂଳକ ପଦକ୍ଷେପ ଗ୍ରହଣ କରିଆସିଛନ୍ତି। ସ୍ବଛ ଭାରତ, ଉଜ୍ଜଳା, ଯୋଗ, ଫିଟ ଇଣ୍ଡିଆ ଓ ଆୟୁର୍ବେଦକୁ ପ୍ରୋତ୍ସାହନ ଦେବା ଏହି ସବୁ ଗୋଟିଏ ଗୋଟିଏ ଅଂଶ ବୋଲି କହିଛନ୍ତି । ପଶୁଙ୍କ ଆରୋଗ୍ୟ ମଧ୍ୟ ଆମ ଆରୋଗ୍ୟର ଏକ ଅଂଶ ବୋଲି କହିଛନ୍ତି। ଏହାସହ ଆୟୁଷ୍ମାନ ଭାରତ ଦୁନିଆର ସବୁଠାରୁ ଶ୍ରେଷ୍ଠ ସ୍ବାସ୍ଥ୍ୟ ଯୋଜନା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।