ଓଡିଶା

odisha

ETV Bharat / bharat

ଶପଥ ଗ୍ରହଣ ଉତ୍ସବରେ ପରିବାରକୁ ମିଳିଲାନି ନିମନ୍ତ୍ରଣ

ନିଜର ଶପଥ ଗ୍ରହଣ ଉତ୍ସବରେ ନିଜ ପରିବାର ଲୋକଙ୍କୁ ଆମନ୍ତ୍ରଣ କରିନାହାଁନ୍ତି ନରେନ୍ଦ୍ର ମୋଦି । ଏହାର ସୂଚନା ଦେଇଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଉଣୀ ବସନ୍ତୀବେନ୍ ।

By

Published : May 30, 2019, 4:40 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି(ଗୁରୁବାର) ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ଏହି ସମାରୋହରେ ଦେଶ ଦୁନିଆର 6000 ଦିଗଜ୍‌ଙ୍କୁ ଆମନ୍ତ୍ରିତ କରାଯାଇଛି । ମାତ୍ର ନିଜର ଶପଥ ଗ୍ରହଣ ଉତ୍ସବରେ ନିଜ ପରିବାର ଲୋକଙ୍କୁ ଆମନ୍ତ୍ରଣ କରିନାହାଁନ୍ତି ମୋଦି । ସେ ନିଜ ଶପଥ ଗ୍ରହଣ ଉତ୍ସବରେ ପରିବାରର କାହାକୁ ମଧ୍ୟ ନିମନ୍ତ୍ରଣ ଦେଇନଥିବା ସୂଚନାମିଳିଛି ।

ତେବେ ଏହାର ସୂଚନା ଦେଇଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଉଣୀ ବସନ୍ତୀବେନ୍ । ସେ ନିକଟରେ ଏକ ଇଣ୍ଟରଭ୍ୟୁ ଦେଇ କହିଛନ୍ତି ଭାଉ-ଭଉଣୀ ସମ୍ପର୍କ ଏକ ଭାବନାରେ ସମ୍ପର୍କ ହୋଇଥାଏ । ମୁଁ ସର୍ବଦା ଏହା ଚିନ୍ତା କରିଥାଏ ଯେ, ମୋର ଭାଇ ଆଗକୁ ବଢନ୍ତୁ । ଜଣେ ଗରିବର ପୁଅ ଆଗକୁ ବଢୁଛି । ଆଉ ପୁରା ଦେଶ ତାଙ୍କ ସାଙ୍ଗରେ ରହିଛନ୍ତି । ସେଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ।

ସେ ଆହୁରି ମଧ୍ୟ କହିଥିଲେ, ଯେତେବେଳେ ନରେନ୍ଦ୍ର ମୋଦି ଭଦନଗର ଆସିଥିଲେ ମୋର ତାଙ୍କ ସହ ସାକ୍ଷାତ ହୋଇଥିଲା । ମାତ୍ର ସେ ନିଜର ଶପଥ ଗ୍ରହଣ ପାଇଁ କୌଣସି ନିମନ୍ତ୍ରଣ ଦେଇନଥିଲେ । ପରିବାରର କୌଣସି ସଦସ୍ୟଙ୍କୁ ମଧ୍ୟ ସେ ନିମନ୍ତ୍ରଣ ଦେଇନାହାଁନ୍ତି । ତାଙ୍କ ଜୀବନ ଦେଶ ପାଇଁ ଉତ୍ସଗୀକୃତ।

ଏଠାରେ ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଗୁରୁବାର) ସନ୍ଧ୍ୟା 7.30ରେ ରାଷ୍ଟ୍ରପତି ଭବନରେ ଶପଥଗ୍ରହଣ କରିବେ । ଏହି ସମାରୋହ ପ୍ରାୟ 90 ମିନିଟ୍‌ ଧରି ଚାଲିବ । ଏହି ସମାରୋହରେ ବିମଷ୍ଟେକ ସଦସ୍ୟ ଦେଶର ନେତାଙ୍କୁ ବିଶେଷ ଭାବରେ ନିମନ୍ତ୍ରଣ ଦିଆଯାଇଛି । ଏତଦ୍ ବ୍ୟତୀତ୍ ସିନେମା, ଖେଳ ଏବଂ ବ୍ୟବସାୟ ଜଗତର ନାମୀଦାମୀ ହସ୍ତିଙ୍କୁ ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମିଳିଛି ।

ABOUT THE AUTHOR

...view details