ଓଡିଶା

odisha

ETV Bharat / bharat

ବାରଣାସୀରେ ହେବ ସର୍ବାଧିକ ଭୋଟିଂ ! କବିତାରେ ଭୋଟ ମାଗିଲେ ମୋଦି - vote

ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ବାରଣାସୀ ଆସନ । ଦ୍ଵିତୀୟ ଥର ପାଇଁ ମୋଦି ଏଠାରୁ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି । ବାରଣାସୀର ଗୁଣଗାନ କରିବା ସହ ଭିଡିଓ ବାର୍ତ୍ତାରେ ମନ କଥା କହିଛନ୍ତି ପିଏମ ମୋଦି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@narendramodi.in

By

Published : May 14, 2019, 5:03 PM IST

ବାରଣାସୀ: ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନକୁ ନେଇ ପ୍ରଚାର ଜୋରଦାର୍‌ । ଶେଷ ପର୍ଯ୍ୟାୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ବାରଣାସୀ ଆସନ । ଏହି ଆସନରୁ ପ୍ରଧାନମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଦ୍ଵିତୀୟଥର ପାଇଁ ମୋଦି ଏଠାରୁ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି । ମୋଦିଙ୍କ ପ୍ରଚାର ପାଇଁ ଗୋଟିଏ ପଟେ ବିଜେପିର ହେଭିୱେଟ୍‌ ନେତା ପ୍ରଚାର କରୁଥିବା ବେଳେ ନିଜେ ପିଏମ୍‌ ବାରଣାସୀର ଗୁଣଗାନ କରିବା ସହ ଭିଡିଓ ବାର୍ତ୍ତାରେ ମନ କଥା କହିଛନ୍ତି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@narendramodi.in

ବାରଣାସୀରେ କେବଳ ବିକାଶ ହୋଇ ନାହିଁ ବରଂ ଆଧ୍ୟାତ୍ମିକ ଉନ୍ନତିରେ ଭିନ୍ନ ଏକ ପରିଚୟ ମଧ୍ୟ ସୃଷ୍ଟି କରିଛି ବାରଣାସୀ । ମୋଦି କହିଛନ୍ତି ଯେ ଯେତେବେଳେ କାଶୀ ପାଇଁ କିଛି ଲେଖିବା ପାଇଁ କଲମ ଉଠାଇଛନ୍ତି କେବଳ ପୁରାତନ, ପବିତ୍ର, ପରିମଳ, ବିକାଶ କାଶୀ ଭଳି ଶବ୍ଦ ଆପେ ଆପେ ଲେଖି ହୋଇଯାଏ ।

ବିଗତ ପାଞ୍ଚ ବର୍ଷ ମଧ୍ୟରେ କାଶୀର ବିକାଶ, ଅଭିବୃଦ୍ଧି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଆହୁରି ଅନେକ ଯୋଜନା କାର୍ଯ୍ୟକାରୀ କରିବା ବାକି ରହିଛି ବୋଲି ସେ କହିଛନ୍ତି । ସେ ପୁଣି କାଶୀବାସୀଙ୍କୁ କହିଛନ୍ତି ଏହି ଅନ୍ତିମ ପର୍ଯ୍ୟାୟରେ ନିଶ୍ଚୟ ଭୋଟ ଦେବାକୁ ଯାଆନ୍ତୁ । ଆଉ ନିଜ ସହ ନିଜ ପଡୋଶୀଙ୍କୁ ମଧ୍ୟ ଭୋଟ ଦେବା ପାଇଁ ପ୍ରେରିତ କରାନ୍ତୁ । ଶେଷ ପର୍ଯ୍ୟାୟରେ ସାରା ଦେଶବାସୀ କାଶୀକୁ ଦେଖିବେ । ଗରମ ବଢୁଛି ତେଣୁ ସକାଳୁ ସକାଳୁ ପ୍ରଥମେ ଜଳପାନ ପରେ ଭୋଟଦାନ କରନ୍ତୁ । ଏହାସହ ନିଶ୍ଚୟ ସେଲଫି ଉଠାଇ ସୋସିଆଲ ମିଡିଆରେ ସେୟାର କରନ୍ତୁ ।

For All Latest Updates

ABOUT THE AUTHOR

...view details