ଓଡିଶା

odisha

ETV Bharat / bharat

ବିନା ସୁରକ୍ଷାବ୍ୟବସ୍ଥାରେ ଦିଲ୍ଲୀ ଗୁରୁଦ୍ବାରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଗୁରୁ ତେଗ୍ ବାହାଦୂରଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଦିଲ୍ଲୀର ଗୁରୁଦ୍ବାର ରକାବଗଞ୍ଜରେ ପହଞ୍ଚିଥିଲେ। ସେଠାରେ ମୋଦି ଗୁରୁ ତେଗ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଏଠାରେ ପହଞ୍ଚିବା ପରେ ସେଠାରେ କୌଣସି ବିଶେଷ ପୋଲିସ ବ୍ୟବସ୍ଥା ନଥିଲା କିମ୍ବା କୌଣସି ଟ୍ରାଫିକ ଡାଇଭର୍ସନ କରାଯାଇ ନଥିଲା ।

 ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ

By

Published : Dec 20, 2020, 4:45 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଦିଲ୍ଲୀର ଗୁରୁଦ୍ବାର ରକାବଗଞ୍ଜରେ ପହଞ୍ଚିଥିଲେ। ସେଠାରେ ମୋଦି ଗୁରୁ ତେଗ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଏଠାରେ ପହଞ୍ଚିବା ପରେ ସେଠାରେ କୌଣସି ବିଶେଷ ପୋଲିସ ବ୍ୟବସ୍ଥା ନଥିଲା କିମ୍ବା କୌଣସି ଟ୍ରାଫିକ ଡାଇଭର୍ସନ କରାଯାଇ ନଥିଲା। ପ୍ରଧାନମନ୍ତ୍ରୀ ପ୍ରବଳ ଥଣ୍ଡାରେ ଜଣେ ସାଧାରଣ ବ୍ୟକ୍ତିଙ୍କ ପରି ଗୁରୁଦ୍ବାର ରକାବଗଞ୍ଜରେ ପହଞ୍ଚିଥିଲେ।

ରକାବଗଞ୍ଜ ଗୁରୁଦ୍ବାର ଗସ୍ତ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଏଠାରେ ଗୁରୁ ତେଗ ବାହାଦୂର ଜୀଙ୍କର ପବିତ୍ର ଶରୀରର ଅନ୍ତିମସଂସ୍କାର କରାଯାଇଥିଲା । ମୁଁ ଐତିହାସିକ ଗୁରୁଦ୍ବାର ରକାବଗଞ୍ଜ ସାହେବରେ ପ୍ରାର୍ଥନା କଲି। ମୁଁ ବହୁତ ଖୁସି ଅନୁଭବ କରୁଛି, ଦୁନିଆର ଲକ୍ଷ ଲକ୍ଷ ଲୋକଙ୍କ ପରି ମୁଁ ମଧ୍ୟ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କ କରୁଣାରୁ ଅନୁପ୍ରାଣିତ ’ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗୁରୁ ସାହେବଙ୍କର ଏହା ଏକ ବିଶେଷ ଆଶୀର୍ବାଦ ଯେ ଆମ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଆମେ ଗୁରୁ ତେଗ ବାହାଦୂର ଜୀଙ୍କର 400 ତମ ପ୍ରକାଶ ପର୍ବ ପାଳନ କରିବୁ। ଗୁରୁ ତେଗ ବାହାଦୂରଙ୍କ ଆଦର୍ଶକୁ ମନେ ପକାଇ ଏହି ଐତିହାସିକ ଉତ୍ସବ ପାଳନ କରିବା । ଦିଲ୍ଲୀର ଗୁରୁଦ୍ବାର ରକାବଗଞ୍ଜ ଶିଖମାନଙ୍କ ଏକ ପବିତ୍ର ସ୍ଥାନ। ଏହି ଗୁରୁଦ୍ବାର ସଂସଦ ଗୃହ ନିକଟରେ ଅବସ୍ଥିତ । ଏହା 1783 ମସିହାରେ ନିର୍ମିତ ହୋଇଥିଲା ।

ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ଶିଖମାନଙ୍କ ନବମ ଗୁରୁ ଗୁରୁ ତେଗ ବାହାଦୂର ଜୀଙ୍କ ଅନ୍ତିମସଂସ୍କାର କରାଯାଇଥିଲା। ପ୍ରକାଶଥାଉକି, 1675 ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ଚାନ୍ଦନୀଚୌକରେ ମୋଗଲ ଶାସକ ଔରଙ୍ଗଜେବ ଗୁରୁ ତେଗ ବାହାଦୂରଙ୍କ ମୁଣ୍ଡ କାଟି ଦେଇଥିଲେ। ଗୁରୁ ତେଗ ବାହାଦୂର 1 ଏପ୍ରିଲ 1621ରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ।

ABOUT THE AUTHOR

...view details