ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ( ରବିବାର) ଭିଡିଓ କନଫରେନ୍ସି ଯୋଗେ ଆଣ୍ଡମାନ ଓ ନିକୋବର ର ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ପ୍ରଥମେ ଦିଳୀୟ ନେତାଙ୍କୁ ସମ୍ବୋଧନ କରି କହିଥିଲେ ସ୍ବାଧିନତା ଆନ୍ଦୋଳନ କୁ ନିର୍ଣ୍ଣାୟକ ମୋଡରେ ପହଞ୍ଚାଇଥିବା ବୀର ସାବରକର ଓ ସୁବାଷ ଚନ୍ଦ୍ର ବୋଷ ଯେଉଁ ମାଟି ସହ ଜଡିତ ସେହି ପୁଣ୍ୟଭୂମିକୁ ସଲାମ ।
ପରେ ଦଳୀୟ ନେତା କର୍ମୀଙ୍କୁ ସମ୍ବୋଧନ କରି ସେବା ଓ ସମର୍ପଣ କୁ ଆମକୁ ସମୃଦ୍ଧ କରିବାକୁ ପଡିବ । ଆଗକୁ ବଢାଇବାକୁ ପଡିବ । ବିମାନ ହେଉ ବା ବାଣିଜ୍ୟ ଆମର ସମସ୍ତ କାମକୁ ଆମେ ସ୍ବଚ୍ଛତାର ସହ କରୁଛନ୍ତି । ମହାମାରୀ ପାଇଁ ଟିକା ଗବେଷଣାରେ ଆମର ସମସ୍ତ ପ୍ରୟାସ ଜାରି ରହିଛି । ଆମର ଦକ୍ଷ ବୈଜ୍ଞାନିକ ଏଥିପାଇଁ କାମ କରୁଛନ୍ତି । ତେବେ ଏହି ସଂକଟ ସମୟରେ ଆମର ଆହୁରି ଦାୟିତ୍ବ ବଢିଯାଇଛି । ଆମର ଉଦ୍ୟମ ପ୍ରତି ଘରେ ଘରେ ସରକାରଙ୍କ ଯୋଜନା ଓ ଲକ୍ଷ୍ୟ ପହଞ୍ଚିବା ଦରକାର । ଏହି ସମୟରେ ସମସ୍ତେ ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଦରକାର । କେହି ଯେମିତି କୌଣସି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନହୁଅନ୍ତି ତାହା ଦଳୀୟ କର୍ମୀ ଦାୟିତ୍ବ ନିଅନ୍ତୁ ।
ସେହିପରି ନିଜ ଆଣ୍ଡାମାନ ଗସ୍ତ ବେଳର ସ୍ମୃତିକୁ ମନେ ପକାଇ କହିଥିଲେ ଦେବସ୍ଥାନ ତୁଲ୍ୟ ସେଲ୍ୟୁଲର ଜେଲ ଦର୍ଶନ କରିବାକୁ ସୁଯୋଗ ମିଳିଥିଲା । ଏହାସହ ପୋର୍ଟବ୍ଲେୟାରରେ ତ୍ରିରଙ୍ଗା ଉଡାଇବାକୁ ମଧ୍ୟ ସୌଭାଗ୍ୟ ପ୍ରାପ୍ତ ହୋଇଥିଲା । ବର୍ତ୍ତମାନ ଆଣ୍ଡାମାନ ଓ ନିକୋବରର ସନ୍ତୁଳିତ ବିକାଶ ପାଇଁ ସମସ୍ତ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି ।