ନୂଆଦିଲ୍ଲୀ: ଅଗଷ୍ଟ 15 ସ୍ବାଧିନତା ଦିବସ ଦିବସରେ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କଣ ସମ୍ବୋଧନ କରିବେ ତାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ପ୍ରଧାନମନ୍ତ୍ରୀ ସ୍ବାଧିନତା ଦିବସ ହେଉ ବା ସାଧାରଣତନ୍ତ୍ର ଦିବସ ହେଉ ଯାହା କିଛି ଘୋଷଣା କରନ୍ତି ବା ନିଜ ଅଭିଭାଷଣ ରଖନ୍ତି ତାର ଯଥେଷ୍ଟ ପୂର୍ବରୁ ପିଏମଓ( ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) କୁ ଏକ ତାଲିକା ଯାଇଥାଏ ।
ଚଳିତ ବର୍ଷ ମଧ୍ୟ ଭାଷଣରେ ସ୍ଥାନ ପାଇବାକୁ ଥିବା ଏକ ଅଂଶ ପିଏମଓକୁ ପଠାଇ ଦିଆଯାଇଥିବା ଜଣାପଡିଛି । ତେବେ ପଠାଯାଇଥିବା ପ୍ରସଙ୍ଗ ଟି ହେଉଛି ୱାନ ନେସନ ୱାନ ରାସନ ବା ଏକ ଦେଶ ଏକ ରାସନ କାର୍ଡ ଯୋଜନା । ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ସେହିଦିନ ବିସ୍ତାର ଭାବେ ରଖିପାରନ୍ତି ।
ସୂତ୍ର ଅନୁସାରେ ଏକ ଦେଶ ଏକ ରାସନ କାର୍ଡ ଯୋଜନା ବର୍ତ୍ତମାନ ଦେଶର 24 ଟି ରାଜ୍ୟରେ କାର୍ଯ୍ୟକାରୀ ହୋଇସାରିଛି । ଆଗକୁ କାର୍ଯ୍ୟକାରୀ ହେବାକୁ ଥିବା ରାଜ୍ୟଙ୍କ ମଧ୍ୟରେ ଅଛି ସେପ୍ଚେମ୍ବର 1 ଲକ୍ଷାଦ୍ବୀପ ଓ ଲଦାଖ, 1 ଅକ୍ଟୋବର ତାମିଲନାଡୁ ଛତିଶଗଡ ଦିଲ୍ଲୀ, 1 ଡିସେମ୍ବର ମେଘାଳୟ, 1 ଜାନୁୟାରୀ 2021 ପଶ୍ଚିମବଙ୍ଗ ଓ ଅରୁଣାଚଳ ପ୍ରଦେଶ ।