ଓଡିଶା

odisha

ETV Bharat / bharat

ଦେଶର ସଂସଦ ନୁହେଁ, ପାକ୍‌ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁ କଂଗ୍ରେସ: ପିଏମ ମୋଦି - ପାକ୍‌ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁ କଂଗ୍ରେସ

ନାଗରିକତା ସଂଶୋଧନ ବିଲ୍‌(ସିଏଏ) ମୁଦ୍ଦାରେ କଂଗ୍ରେସର ଆଭିମୁଖ୍ୟ ଉପରେ ମୋଦି କଂଗ୍ରେସକୁ କଡା ନିନ୍ଦା କରିବା ସହ ସମୋଲାଚନା କରିଛନ୍ତି । କଂଗ୍ରେସ ଦେଶର ସଂସଦ ବିରୋଧର ବିକ୍ଷୋଭ ପ୍ରଦର୍ଶନ ଓ ଆନ୍ଦୋଳନ କରୁଛି ମାତ୍ର ପାକିସ୍ତାନ ପ୍ରସଙ୍ଗରେ ନୀରବ ରହୁଛି ।

pm narendra modi attacks congress in karnataka
ଡିଜାଇନ ଫଟୋ

By

Published : Jan 2, 2020, 7:08 PM IST

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କର୍ଣ୍ଣାଟକ ତୁମକୁରସ୍ଥିତ ଶ୍ରୀ ସିଦ୍ଧଗଙ୍ଗା ମଠ ମ୍ୟୁଜିୟମର ଶିଳାନ୍ୟାସ କରିଛନ୍ତି । ପରେ ପରେ ପିଏମ ମୋଦି ଏଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ମୋଦି । ନାଗରିକତା ସଂଶୋଧନ ବିଲ୍‌(ସିଏଏ) ମୁଦ୍ଦାରେ କଂଗ୍ରେସର ଆଭିମୁଖ୍ୟ ଉପରେ ସେ କଡା ନିନ୍ଦା କରିବା ସହ ସମୋଲାଚନା କରିଛନ୍ତି । କଂଗ୍ରେସ ଦେଶର ସଂସଦ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଓ ଆନ୍ଦୋଳନ କରୁଛି ମାତ୍ର ପାକିସ୍ତାନ ପ୍ରସଙ୍ଗରେ ନୀରବ ରହୁଛି ।

ଭିଡିଓ ସୌଜନ୍ୟ: ଏଏଆଇ

ପିଏମ ମୋଦି ଆହୁରି କହିଛନ୍ତି ଯେ, କିଛି ସପ୍ତାହ ପୂର୍ବରୁ ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ପାସ ହୋଇଥିଲା । କଂଗ୍ରେସ ଓ ଏହାର ସହଯୋଗୀ ଦଳ ଏହି ପ୍ରସଙ୍ଗରେ ସଂସଦର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଛିଡା କରିଥିଲେ । ଯେଉଁଭଳି ଘୃଣା ଭାବ ବିଜେପି ପ୍ରତି ରହିଛି ସେହିଭଳି ମନୋଭାବ ସେମାନେ ଦେଶର ସଂସଦ ଉପରେ ରଖିଛନ୍ତି । ଏହି ଭଳି ଲୋକେ ଭାରତର ସଂସଦ ବିରୋଧରେ ଆନ୍ଦୋଳନ କରିବା ସହ ଏମାନେ ପାକିସ୍ତାନରୁ ଆସୁଥିବା ଦଳିତ, ପୀଡିତଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି ।

ପାକିସ୍ତାନର ଜନ୍ମ ଧର୍ମ ଆଧାରରେ ହୋଇଥିଲା । ଦେଶ ଧର୍ମ ଆଧାରରେ ଭାଗ ଭାଗ ହୋଇଥିଲା । ବିଭାଜନ ସମୟରେ ପାକିସ୍ତାନରେ ଅନ୍ୟ ଧର୍ମର ଲୋକଙ୍କ ସହ ଅତ୍ୟାଚାର ଆରମ୍ଭ ହୋଇଥିଲା । ସମୟ ପରିବର୍ତ୍ତନ ହେବା ସହ ପାକିସ୍ତାନରେ ହିନ୍ଦୁ-ଜୈନ-ଶିଖ-ବୌଦ୍ଧ ଧର୍ମର ଲୋକଙ୍କ ଉପରେ ଅତ୍ୟାଚାରର ମାତ୍ରା ବୃଦ୍ଧି ପାଇଥିଲା । ହଜାର ହଜାର ଲୋକ ନିଜ ନିଜ ଘର ଛାଡି ଭାରତ ପଳାଇ ଆସିଥିଲେ । ପାକିସ୍ତାନ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହୋଇଥିଲା। ଯେଉଁ ପାକିସ୍ତାନ ହିନ୍ଦୁଙ୍କ ଉପରେ ଅନ୍ୟାୟ, କଷଣ ଦେଉଥିଲା ତାହା ବିରୋଧରେ କିଛି ଲୋକ ମୁହଁରେ ତୁଣ୍ଡି ମାରି ବସିଛନ୍ତି । ପାକିସ୍ତାନ ବିରୋଧରେ ସ୍ବର ଉଠାଇବାକୁ ସାହସ କରୁନାହାଁନ୍ତି । ଭାରତର ଦାୟିତ୍ବ ଓ କର୍ତ୍ତବ୍ୟ ପାକିସ୍ତାନରୁ ଆସୁଥିବା ଶରଣାର୍ଥୀଙ୍କୁ ସହାୟତା କରିବା । ଯେଉଁ ମାନେ ଭାରତକୁ ଆଶା ଭରସା ନେଇ ଆସୁଛନ୍ତି ସେମାନଙ୍କୁ ସେମାନଙ୍କ ଭାଗ୍ୟ ଉପରେ ଛାଡି ଦେବା କେଉଁ ପ୍ରକାର ନ୍ୟାୟ ବୋଲି ମୋଦି କହିଛନ୍ତି । ସେମାନଙ୍କୁ ସାହାର୍ଯ୍ୟ କରିବା ଆମର ରାଷ୍ଟ୍ରୀୟ ଦାୟିତ୍ବବୋଧ ବୋଲି କହିଛନ୍ତି ।

ଯେଉଁ ଲୋକ ଭାରତର ସଂସଦ ବିରୋଧର ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ତରେ ପାକିସ୍ତାନର କତୃତ୍ବ, କାରନାମା ଉପରରୁ ପରଦା ଉଠାଇବା ପାଇଁ ଆବଶ୍ୟକ ରହିଛି । ଯଦି ଆନ୍ଦୋଳନ କରିବାର ଅଛି ତେବେ, ପାକିସ୍ତାନ ବିଗତ 70 ବର୍ଷର କାରନାମା ଉପରେ ଅନ୍ଦୋଳନ କରିବା ଆବଶ୍ୟକ, ତାହା ବିରୋଧରେ ସ୍ବର ଉତ୍ତୋଳନ କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି । ଯଦି ବିକ୍ଷୋଭ ପ୍ରଦର୍ଶନ କରିବାର ଅଛି ତେବେ ପାକିସ୍ତାନ ବିରୋଧର କରନ୍ତୁ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details