ନୂଆଦିଲ୍ଲୀ: 74 ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧିତ କରିବା ସହ ନାଗରିକମାନଙ୍କୁ ଆତ୍ମନିର୍ଭରଶୀଳ ଭାରତ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ କହିଛନ୍ତି । ତେବେ ଏନେଇ ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂ ଟ୍ୱିଟ କରି କହିଛନ୍ତି ଯେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପକୁ ଆହୁରି ମଜବୁତ କରିଛି ।
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ପ୍ରଶଂସା କରି ରାଜନାଥ ସିଂ କହିଛନ୍ତି ଯେ ଏହା ଚ୍ୟାଲେଞ୍ଜ ହୋଇପାରେ କିନ୍ତୁ ଦେଶ ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ କରିବାର କ୍ଷମତା ମଧ୍ୟ ଅଛି ।