ଓଡିଶା

odisha

ETV Bharat / bharat

‘ପୋଲିଂ ବୁଥରେ ନଜର ରଖିଛି ମୋଦିଙ୍କ କ୍ୟାମେରା’

''ପୋଲିଂ ବୁଥରେ ମୋଦି ଲଗାଇଛନ୍ତି କ୍ୟାମେରା । ସବୁକିଛି ଦୃଶ୍ୟ କଏଦ ହେଉଛି ଏଥିରେ । ଆଉ କେଉଁ ବ୍ୟକ୍ତି କେଉଁ ଦଳକୁ ଭୋଟ ଦେଉଛି ସେ ସବୁ ରେକର୍ଡ ହେବା ସହ ମୋଦି ସବୁ ଦେଖୁଛନ୍ତି ।''

By

Published : Apr 17, 2019, 5:07 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପୋଲିଂ ବୁଥରେ ମୋଦି ଲଗାଇଛନ୍ତି କ୍ୟାମେରା । ସବୁକିଛି ଦୃଶ୍ୟ କଏଦ ହେଉଛି ଏହି କ୍ୟାମେରାରେ । ଆଉ କେଉଁ ବ୍ୟକ୍ତି କେଉଁ ଦଳକୁ ଭୋଟ ଦେଉଛି ସେ ସବୁ ରେକର୍ଡ ହେବା ସହ ମୋଦି ସବୁ ଦେଖୁଛନ୍ତି । ତେବେ ଏହା କୌଣସି କାହାଣୀ ନୁହେଁ ବରଂ ଏପରି ମନ୍ତବ୍ୟ ଦେଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ରମେଶ କ୍ବାଟର ।

ଏକ ସାଧାରଣ ସଭାରେ ଉଦବୋଧନ ଦେବା ସମୟରେ ସେ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ବୁଥରେ ବିଜେପି କମ ଭୋଟ ପାଇବ ସେ ସବୁ ସ୍ଥାନରେ ସରକାରୀ ସୁବିଧାରୁ ବଞ୍ଚିତ କରାଯିବ । ବିଧାୟକଙ୍କ ଏହି ବିବାଦୀୟ ବୟାନ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏପରି ମନ୍ତବ୍ୟ ଦେଇ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବାରୁ ନିର୍ବାଚନ କମିଶନ ଉକ୍ତ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବ ସହ 24 ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ ପରାମର୍ଶ ଦେଇଛନ୍ତି ।

ଘଟଣାର ଉତ୍ତର ରଖିବାକୁ ଯାଇ ବିଜେପି ପ୍ରାର୍ଥୀ ଜୱାନ୍ତସିଂ ବାହାବୋର କହିଛନ୍ତି ''ମୁଁ ମାନୁଛି ସେ ଏସବୁ ଭୁଲ ବଶତଃ କହିଛନ୍ତି । ଯଦି ବି ସେ ଏହା ଭୋଟରଙ୍କୁ ଉଦବୋଧନ ଦେଇ କହିଛନ୍ତି ତେବେ ଏହାକୁ କୌଣସି ଭୋଟର ବିଶ୍ବାସ ମଧ୍ୟ କରିବେ ନାହିଁ । ''

ଗତକାଲି ଏହାର ଉତ୍ତର ଦେଇ ବିଧାୟକ ଜଣକ କହିଛନ୍ତି କି ''ତାଙ୍କର ଏହି ମନ୍ତବ୍ୟକୁ ଭୁଲ ଭାବେ ଉପସ୍ଥାପନା କରାଯାଇଛି । କେବଳ ସମ୍ବେଦନଶୀଳ ବୁଥରେ ନିର୍ବାଚନ ଅଧିକାରୀଙ୍କ ଦ୍ବାରା କ୍ୟାମେରା ଲଗାଯାଇଛି । ଯାହା ମୁଁ ଉକ୍ତ ସଭାରେ ଭୋଟର ମାନଙ୍କୁ ସୂଚାଇ ଦେଇଥିଲି । ''

ବିଜେପି ହେଉକି ଅନ୍ୟ କୌଣସି ପାର୍ଟି କିନ୍ତୁ ଏପରି ଅଶୋଭନୀୟ ଆଚରଣ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୁପାଲା ସୂଚନା ଦେଇଛନ୍ତି ।

ABOUT THE AUTHOR

...view details