ଓଡିଶା

odisha

ETV Bharat / bharat

Man vs Wild: 70 ଏସପିଜି ଯବାନ, ସ୍ନାଇପର ଥିଲେ ନିୟୋଜିତ - ମ୍ୟାନ ଭର୍ସେସ ଓ୍ବାଇଲ୍ଡ

ଆମେରିକାର ଲୋକପ୍ରିୟ ଶୋ’ ମ୍ୟାନ ଭର୍ସେସ ଓ୍ବାଇଲ୍ଡରେ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରସାରିତ ହେବାକୁ ଥିବ ଏହି ଶୋ'ଟି ଯେତିକି ରୋମାଞ୍ଚକର ଥିଲା ସେତିକି କଷ୍ଟସାଧ୍ୟ ମଧ୍ୟ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପ୍ରାୟ 70 ଏସପିଜି ଯବାନ ନିୟୋଜିତ ଥିଲେ । ଏପରିକି ଏହି ସୁଟିଂ ସମୟରେ ସ୍ନାଇପରଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Jul 30, 2019, 5:43 PM IST

Updated : Jul 30, 2019, 10:16 PM IST

ନୂଆଦିଲ୍ଲୀ: କଚ୍ଚା ଦୁର୍ଗମ ପଥ ସହିତ ଘଞ୍ଚ ଜଙ୍ଗଲ । ଏହା ସହିତ ହିଂସ୍ର ଜନ୍ତୁଙ୍କ ରାଜୁତି । ଏହାରି ଭିତରେ ସୁଟିଂ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବେୟାର ଗ୍ରୀଲ୍ସଙ୍କ ବହୁ ଚର୍ଚ୍ଚିତ ମ୍ୟାନ ଭର୍ସେସ ଓ୍ବାଇଲ୍ଡର ଏକ ଏପିସୋଡ଼ । ଏହି ଏପିସୋଡ଼ ଆସନ୍ତା 12 ତାରିଖରେ ପ୍ରସାରିତ ହେବ ।

ତେବେ ଏହି ଏପିସୋଡ଼କୁ ସୁଟିଂ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟକୁ ହଜାରେ ଥର ଚିନ୍ତା କରିବାକୁ ପଡ଼ିଛି । କାରଣ ଏହି ଏପିସୋଡ଼ଟି ଘଞ୍ଚ ଜଙ୍ଗଲ ଓ ହିଂସ୍ର ଜନ୍ତୁ ମାନଙ୍କ ମଧ୍ୟରେ ସୁଟିଂ କରିବାର ଥିଲା । ଏହି ଏପିସୋଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେୟର ଗ୍ରୀଲ୍ସଙ୍କ ଅତିଥି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିନ୍ନ ଭିନ୍ନ ଅବତାରରେ ଦେଖିବାକୁ ମିଳିବ ।

ତେବେ କେବଳ ଏହି ସୁଟିଂ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଷ୍ଟ କରିବାକୁ ପଡ଼ିନାହିଁ । ପରଦା ପଛରେ ଥିବା ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଅନେକ କଷ୍ଟ ସହିବାକୁ ପଡ଼ିଛି । ମିଳିଥିବା ଏକ ତଥ୍ୟରୁ ଜଣାପଡ଼ିଛି ଯେ ଏହି ସୁଟିଂ ପାଇଁ 70 ଏସପିଜି ଯବାନ ଓ ସ୍ନାଇପର ମାନେ ମଧ୍ୟ ଏହି ସୁଟିଂ ସମୟରେ ସୁରକ୍ଷା ଦାୟିତ୍ବ ତୁଲାଇଥିଲେ । ଏହା ସହିତ ବନ ବିଭାଗର ପାଖାପାଖି 55 ଯବାନ, ଉତ୍ତରାଖଣ୍ଡର ପୋଲିସର ଜଣେ ଏସଏସପି ଏବଂ 15 ସିପାହୀ ମଧ୍ୟ ପରଦା ପଛରେ ରହି ସେମାନଙ୍କ ଦାୟିତ୍ବ ତୁଲାଇଥିଲେ ।

ଅଧିକ ପଢନ୍ତୁ: ସ୍ଥିତି ଗମ୍ଭୀର: ପୋତି ହୋଇ ଶୁଖି ଗଲାଣି ରାଧା, କୃଷ୍ଣ ସାଗର

ସୁଟିଂର ଗୋଟିଏ ଦିନ ପୂର୍ବରୁ ସିପାହୀ, ଯବାନ ଓ ସ୍ନାଇପର ଦଳ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅଭିଯାନ ମଧ୍ୟ କରିଥିବା ଜଣାପଡ଼ିଛି । କାର୍ବେଟ ଜାତୀୟ ପାର୍କରେ ଏସପିଜି ଟିମକୁ ଲଗାତାର ଦୁଇ ଦିନ ଧରି ଉକ୍ତ ଜଙ୍ଗଲ ମଧ୍ୟରେ ଥିବା ସମସ୍ତ କଚ୍ଚା ରାସ୍ତା, ଘଞ୍ଚ ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ କରିଥିବା ଜଣାପଡ଼ିଛି । କେବଳ ଏତିକି ନୁହେଁ, ସୁଟିଂ ସମୟରେ ପ୍ରଧାନମନ୍ତ୍ରୀ କିମ୍ବା କ୍ର୍ୟୁ ମେମ୍ବରଙ୍କୁ ଯେଭଳି କୌଣସି ଆକ୍ରମଣର ଶିକାର ନହୁଅନ୍ତି ସେଥିପାଇଁ ଗଛରେ ସ୍ନାଇପର ଟିମ ମଧ୍ୟ ରହିଥିଲା ।


ଏହି କାର୍ଯ୍ୟକ୍ରମରେ ବେୟର ଗ୍ରୀଲ୍ସଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚର୍ଚ୍ଚା କରୁଥିବାର ନଜର ଆସିବେ । ଜଙ୍ଗଲ, ଜୀବଜନ୍ତୁଙ୍କ ସୁରକ୍ଷା ନେଇ ମଧ୍ୟ ଚର୍ଚ୍ଚା କରିଥିବା ଦେଖିବାକୁ ମିଳିବ । ତେବେ ଏହି ପ୍ରଧାନମନ୍ତ୍ରୀଙ୍କ ଏହି ସୁଟିଂ କାର୍ବେଟ ପାର୍କର ଘଞ୍ଚ ଜଙ୍ଗଲରେ ସୁଟିଂ କରାଯାଇଛି । ଏହି ପାର୍କକୁ ପର୍ଯ୍ୟଟକ ପ୍ରାୟତଃ ହାତୀ ଓ ବାଘ ଦେଖିବାକୁ ଆସିଥାନ୍ତି ।

ଅଧିକ ପଢନ୍ତୁ: ବିଦ୍ୟାର୍ଥୀଙ୍କ ଅଦ୍ଭୂତ କଳାକୃତି, 70ଫୁଟର ଗିଟାର ନିର୍ମାଣ କଲେ ଆଇଟିଆଇ ଛାତ୍ର

ତେବେ ସବୁଠାରୁ ରୋଚକ ତଥ୍ୟ ହେଉଛି ଏହି ସୁଟିଂ ସମୟରେ କୌଣସି ସ୍ଥାନୀୟ ସୁରକ୍ଷା କର୍ମୀଙ୍କୁ ଏସପିଜି ନିୟୋଜିତ କରିନଥିଲା । କେବଳ ସ୍ନାଇପରଙ୍କୁ ନିୟୋଜିତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଯେପରି କୌଣସି ହିଂସ୍ର ଝନ୍ତୁ ନ ଆସନ୍ତୁ ସେଥିପ୍ରତି ଦୃଷ୍ଟି ଦେବାକୁ ଏସପିଜି ସ୍ନାଇପର ଟିମକୁ ନିୟୋଜିତ କରିଥିଲା । ତେବେ ସୁଟିଂ ସମୟରେ ଯେପରି କୌଣସି ସେନା କ୍ୟାମେରା ସାମ୍ନାକୁ ନ ଆସିବାକୁ ବେୟାର ଗ୍ରୀଲ୍ସ ଚେତାଇ ଦେଇଥିଲେ ।


ସେପଟେ ଏହି ସୁଟିଂ ପାଇଁ ବେୟାର ଗ୍ରୀଲ୍ସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରା ସହଯୋଗ କରିଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ ସୁଟିଂ ସମୟରେ ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ସୁଟିଂ ନ କରିବାକୁ ସୁରକ୍ଷା କର୍ମୀମାନେ କହିଥିଲେ । ମାତ୍ର ମୋଦି ସେହି ବର୍ଷାରେ ସୁଟିଂ ଚାଲୁ ରଖିଥିଲେ । ପାଖାପାଖି ଅଢେଇ ଘଣ୍ଟା ସୁଟିଂ ମୋଦି ଓ ଗ୍ରୀଲ୍ସ ଜାରି ରଖିଥିଲେ । ତେବେ ସୁଟିଂ ଶେଷ ହେବା ପର୍ଯ୍ୟନ୍ତ ସୁରକ୍ଷା କର୍ମୀମାନେ ଜାଗ୍ରତ ରହିଥିଲେ ।


ତେବେ ଏହି ସୁଟିଂ ବିଷୟରେ ଉତ୍ତରାଖଣ୍ଡର ଜଣେ ପୋଲିସ କର୍ମଚାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି ଯେ ଏହି ସୁଟିଂ ପାଇଁ ମୋଦିଙ୍କ ପାଇଁ କଷ୍ଟ ସାଧ୍ୟ ଥିଲା । ମାତ୍ର ଏହାପୂର୍ବରୁ ମୋଦି ଓ ଗ୍ରୀଲ୍ସ ପରସ୍ପର ସହିତ କଥାବାର୍ତ୍ତା କରିଥିଲେ । ତେବେ ସୁଟିଂ ସମ୍ପର୍କରେ ବେୟର ଗ୍ରୀଲ୍ସ ହିଁ ମୋଦିଙ୍କୁ କହିଥିବା ସେ କହିଛନ୍ତି । ଏପରିକି ଏହାର ପ୍ରସାରଣ ସମୟ ମଧ୍ୟ ଗ୍ରୀଲ୍ସ ହିଁ କହିଥିବା ସେ ସୂଚନା ଦେଇଛନ୍ତି ।


ସୁଟିଂ ପୂର୍ବରୁ ଗ୍ରୀଲ୍ସ ଉତ୍ତରାଖଣ୍ଡରେ ଥିବା ଅନେକ ଜଙ୍ଗଲ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ତେବେ କଥାବାର୍ତ୍ତା ପରେ ଗ୍ରୀଲ୍ସ କାର୍ବେଟ ପାର୍କ ଆସୁଥିବା ଏକ ପ୍ରକାର ନିଶ୍ଚିତ ହୋଇଥିଲା । ତେବେ ଏହି ସୁଟିଂ ସହିତ ଅନ୍ୟ ଏକ ସୁଟିଂ କରିବାର ଯୋଜନା ରଖିଛନ୍ତି ଗ୍ରୀଲ୍ସ । ଯାହାର ପ୍ରସାରଣ 2020 ମସିହା ଆରମ୍ଭରେ ହେବ । ଏଥିରେ ଉତ୍ତରାଖଣ୍ଡର ଅନ୍ୟ ଏକ ଘଞ୍ଚ ଜଙ୍ଗଲରେ ସୁଟିଂ କରିବେ ବୋଲି ଜଣାପଡ଼ିଛି ।

Last Updated : Jul 30, 2019, 10:16 PM IST

ABOUT THE AUTHOR

...view details