ନୂଆଦିଲ୍ଲୀ: ଦେଶରେ ଜଳ ସଙ୍କଟ ବିକଟାଳ ରୂପ ଧାରଣ କରିଛି । ବିଭିନ୍ନ ସମସ୍ୟା ସହ ଜଳ ବିପଦ ସହ ଲଢୁଛି ଭାରତ । ଦେଶର ବିଭିନ୍ନ ରାଜ୍ୟରେ ପାନୀୟ ଜଳ ସଙ୍କଟ ଆହୁରି ଉତ୍କଟ । ରାତି ପାହିଲେ ଲୋକଙ୍କୁ ଘାରେ ପାଣି ଚିନ୍ତା । ଏଭଳି ସମୟରେ ମୋଦି ସରକାର ନିଜ ଦିତ୍ବୀୟ ପାଳିରେ ଜନସାଧାରଣଙ୍କୁ ଖୁସି ଖବର ଦେଇଛନ୍ତି । ଦ୍ବିତୀୟ କାର୍ଯ୍ୟକାଳରେ ଗ୍ରାମୀଣ କ୍ଷେତ୍ରରେ ପାଇପ ଯୋଗେ ପାଣି ପହଞ୍ଚାଇବା ଭଳି ମହତ୍ବାକାଂକ୍ଷୀ ପରିଯୋଜନା ମୋଦି ସରକାର ଆଣିବାକୁ ଯାଉଛନ୍ତି ।
ଏହି ଯୋଜନାର ବଳରେ ପାଇପ ଲାଇନ୍ ଜରିଆରେ ଜଳ ଯୋଗାଣ ଓ ଜଳ ସଂରକ୍ଷଣକୁ ଗୁରୁତ୍ବ ପ୍ରଦାନ କରାଯିବ । ଜଳ ସମ୍ବଳ ମନ୍ତ୍ରଳାୟକୁ ଜଳଶକ୍ତିରେ ପରିବର୍ତ୍ତନ କରିବା ପାଇଁ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସଙ୍କେତ ଦେଇଛନ୍ତି । ଦେଶରେ ସମସ୍ତ ପରିବାରକୁ ଜଳ ଯୋଗାଇବା ଏକ କଷ୍ଟକର ବ୍ୟାପାର ମାତ୍ର ଏଥିପାଇଁ ଯଥା ସମ୍ଭବ ପ୍ରୟାସ କରାଯାଇ 2024 ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗେଇବାକୁ ଲକ୍ଷ୍ୟ ରଖାଯାଇଛି ।
ଏକ ଅଧିକାରୀକ ତଥ୍ୟ ଅନୁସାରେ ବର୍ଷ 2014-15ରେ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ବୃଦ୍ଧି ହାର ୧୨ ପ୍ରତିଶତ ଥିଲା । ସେହିଭଳି 2017-18ରେ ଏହା 17 ପ୍ରତିଶତରେ ପହଞ୍ଚିଥିଲା ।
ଦେଶରେ ସମସ୍ତ ଘରେ ପାଣି ପହଞ୍ଚାଇବା ସମ୍ବବ । ଯାହାର ଏକ ଉଦାହରଣ ଦେଶରେ ଶୌଚାଳୟ ନିର୍ମାଣକୁ ନିଆଯାଇଛି । ବର୍ଷ 2014ରେ ଦେଶରେ ଶୌଚାଳୟ 33 ପ୍ରତିଶତ ଥିଲା । ଏବେ ଏହା ବୃଦ୍ଧି ହୋଇ 99ରେ ପ୍ରତିଶତରେ ପହଞ୍ଚିଛି । ସେହିଭଳି ଭାବରେ ଗମ୍ଭୀରତା ଭାବରେ ନେଲେ 100 ପ୍ରତିଶତ ଲୋକଙ୍କ ଘରେ ପାଣି ଯୋଗଣା କରାଯାଇପାରିବ । ଦେଶରେ ଜଳ ସଂରକ୍ଷଣ ପ୍ରତି ସଜାଗ ଓ ଜଳ ନଷ୍ଟ ଉପରେ ନଜର ରଖିବା ପାଇଁ ଏହା ପୂର୍ବରୁ ଗ୍ରାମୀଣ ସ୍ତରରେ ସ୍ବଚ୍ଛ ଦୂତ ନିଯୁକ୍ତି କରିବାକୁ ଯାଉଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ସବୁରି ଘରେ ବିଜୁଳି ପହଞ୍ଚିବା ପରେ ଏବେ ମୋଦି ସରକାର ଏବେ ସବୁରି ଘରେ ଶୁଦ୍ଧ ଜଳ ପହଞ୍ଚାଇବା ବ୍ୟବସ୍ଥା କରୁଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜଳ ଶକ୍ତି ମନ୍ତ୍ରାଳୟ’ର ଗଠନ କରିଛନ୍ତି । ଏହି ମନ୍ତ୍ରାଳୟର ମନ୍ତ୍ରୀ ଭାବେ ଗଜେନ୍ଦ୍ର ସିଂହ ଶେଖାଓ୍ବତଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଛି ।