ଓଡିଶା

odisha

ETV Bharat / bharat

ଜାତୀୟ ଯୁଦ୍ଧ ସ୍ମାରକୀ ଲୋକାର୍ପିତ, ଜାଣନ୍ତୁ କିଛି ଖାସ୍‌ ତଥ୍ୟ - memorial

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (ସୋମବାର) 25 ଫେବୃଆରୀରେ ଆନୁଷ୍ଠାନିକ ଉତ୍ସବରେ ଜାତୀୟ ଯୁଦ୍ଧ ସ୍ମାରକକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି ସ୍ମାରକ ପୀଠ ସ୍ବାଧୀନତା ପରେ ବିଭିନ୍ନ ଯୁଦ୍ଧ ଏବଂ ଅପରେସନରେ ଶହୀଦ ହୋଇଥିବା 25942ରୁ ଅଧିକ ସେନାର ଶହୀଦ ଯବାନଙ୍କ ପାଇଁ ନିର୍ମାଣ କରାଯାଇଛି ।

ଫଟୋ ସୌଜନ୍ୟ: ଏନଆଇ

By

Published : Feb 26, 2019, 5:05 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (ସୋମବାର) 25 ଫେବୃଆରୀରେ ଆନୁଷ୍ଠାନିକ ଉତ୍ସବରେ ଜାତୀୟ ଯୁଦ୍ଧ ସ୍ମାରକକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଚନ୍ତି । ନୂଆଦିଲ୍ଲୀର ଇଣ୍ଡିଆ ଗେଟ ନିକଟରେ ଜାତୀୟ ଯୁଦ୍ଧ ସ୍ମାରକ, ସ୍ୱାଧୀନତା ପରେ ଦେଶର ସୁରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ଆମ ଯବାନମାନଙ୍କ ପ୍ରତି ସର୍ବେଉତ୍କୃଷ୍ଟ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହାର ନିର୍ମାଣ କରାଯାଇଛି । ଏହି ସ୍ମାରକ ପୀଠ ସ୍ବାଧୀନତା ପରେ ବିଭିନ୍ନ ଯୁଦ୍ଧ ଏବଂ ଅପରେସନରେ ଶହୀଦ ହୋଇଥିବା 25942ରୁ ଅଧିକ ସେନାର ଶହୀଦ ଯବାନଙ୍କ ପାଇଁ ନିର୍ମାଣ କରାଯାଇଛି ।

ଆସନ୍ତୁ ଜାଣିବା ଏହି ଏହି ଯୁଦ୍ଧ ସ୍ମାରକ ବିଷୟରେ କେତୋଟି ଖାସ ତଥ୍ୟ

ପ୍ରାୟ 40 ଏକର ପରିମିତ ଜମିରେ ନିର୍ମିତ ସ୍ମାରକୀର ବୃତ୍ତାକୃତି ଚାରି ଦିଗ ଯଥାକ୍ରମେ 'ରକ୍ଷକ ଚକ୍ର' 'ତ୍ୟାଗ ଚକ୍ର' 'ବୀରତା ଚକ୍ର' 'ଅମର ଚକ୍ର' ଭାବେ ନାମିତ ହୋଇଛି । ମହାଭାରତ ସମୟର ଚକ୍ରବ୍ୟୂହାକୃତି ଗୋଲାକାର କ୍ଷେତ୍ରରେ ରହିଛି ଏହି ୪ଗୋଟି ଚକ୍ର। ଜାତୀୟ ଯୁଦ୍ଧ ସ୍ମାରକ ପରିସରରେ ଏକ କେନ୍ଦ୍ରୀୟ ଚତୁସ୍କୋଣ ସ୍ତମ୍ଭ, ଏକ ଇଟର୍ନାଲ ଫ୍ଲେମ, ଏବଂ ଭାରତୀୟ ସ୍ଥଳ ସେନା, ବାୟୁ ସେନା ଏବଂ ନୌସେନା ଲଢିଥିବା ପ୍ରସିଦ୍ଧ ଯୁଦ୍ଧକୁ ଦର୍ଶାଉଥିବା ଛଅଟି କାଂସ୍ୟ ଚିତ୍ର ସାମିଲ କରାଯାଇଛି ।

ପ୍ରଥମ ଚକ୍ର ହେଉଛି ରକ୍ଷକ ଚକ୍ର । ଏହା ମଧ୍ୟରେ ରହିଛି 695 ଗଛ । ଯାହା ଦେଶକୁ ଶତ୍ରୁ କବଳରୁ ରକ୍ଷା କରୁଥିବା ଯବାନଙ୍କ ପ୍ରତିନିଧିତ୍ବ କରୁଛି । ଦ୍ବିତୀୟ ଚକ୍ର ହେଉଛି ତ୍ୟାଗ ଚକ୍ର । ଏଥିରେ ଜଳ, ସ୍ଥଳ, ଆକାଶ ବାହିନୀର 25942 ଜଣ ଶହୀଦଙ୍କ ନାମ ଗ୍ରାନାଇଟ୍‌ ପଥର ଉପରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। ଏଥିରେ ମୋଟ ୧୬ଟି କାନ୍ଥ ରହିଛି ।

ତୃତୀୟ ଚକ୍ର ହେଉଛି ବୀରତା ଚକ୍ର । ଏଥିରେ 1962 ଭାରତ-ଚୀନ ଯୁଦ୍ଧ, 1947, 1965, 1971 ଓ 1999 ଭାରତ-ପାକିସ୍ତାନ ଯୁଦ୍ଧ ତଥା ଶ୍ରୀଲଙ୍କାରେ ଶାନ୍ତିରକ୍ଷା ପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କ ଯୁଦ୍ଧ ବାବଦରେ ବର୍ଣ୍ଣିତ ରହିଛି । ଭିତର ତଥା ଚତୁର୍ଥ ଚକ୍ରର ନାମ ଅମର ଚକ୍ର । 15.5 ମିଟର ଉଚ୍ଚ ସ୍ମାରକ ଖମ୍ବ ରହିଛି । ଏହାର କେନ୍ଦ୍ରସ୍ଥଳରେ ଅମର ଜ୍ୟୋତି ଚିର ପ୍ରଜ୍ବଳିତ ହେବା ପାଇଁ ରହିଛି ।


ଏହି ସ୍ମାରକୀ ପାଇଁ 2015 ଡିସେମ୍ବର 18ରେ ଅର୍ଥ ମଞ୍ଜୁର ହୋଇଥିଲା । ଏହାପରେ ନିର୍ମାଣ କାର୍ଯ୍ୟ 2017 ଫେବୃଆରୀରେ ଆରମ୍ଭ ହୋଇଥିଲା । ବାସ୍ତବରେ 1961ରେ ଏହାର ପରିକଳ୍ପନା କରାଯାଇଥିଲା । ଏଥିମଧ୍ୟରେ ୨୧ଜଣ ପରମ ବୀରଚକ୍ର ସମ୍ମାନ ବିଜେତାଙ୍କ ଚିତ୍ର ସ୍ଥାନ ପାଇଛି । ପରମବୀର ଚକ୍ରର 21 ପୁରସ୍କାର ବିଜେତାମାନଙ୍କର ଅର୍ଦ୍ଧ ପ୍ରତିମୂର୍ତ୍ତି ପରମ ଯୋଦ୍ଧା ସ୍ଥଳରେ ଲଗାଯାଇଛି । ସେଥିରେ ତିନି ଜଣ ଜୀବିତ ପୁରସ୍କାର ବିଜେତା ସୁବେଦାର (ହନି କ୍ୟାପ୍ଟେନ) ବାନା ସିଂହ (ଅବସରପ୍ରାପ୍ତ), ସୁବେଦାର ମେଜର ଯୋଗେନ୍ଦ୍ର ସିଂହ ଯାଦବ ଏବଂ ସୁବେଦାର ସଂଜୟ କୁମାରଙ୍କୁ ସାମିଲ କରାଯାଇଛି ।


ଏହାର ପ୍ରସ୍ତୁତି କରିଛନ୍ତି ପ୍ରସିଦ୍ଧ ସ୍ଥପତି ରାମ ସୂତାର । ଏହି ସ୍ମାରକୀ ନିର୍ମାଣରେ ୧୭୬କୋଟି ଟଙ୍କା ବ୍ୟୟ ହୋଇଛି। ଏହାସହ ଏହି ଯୁଦ୍ଧ ସ୍ମାରକୀକୁ ନେଇ ଏକ ମୋବାଇଲ ଆପ୍‌ ଲଞ୍ଚ ଖୁବଶୀଘ୍ର କରାଯିବ । ଏହି ସ୍ମାରକୀ ସବୁ ଦିନ ଖୋଲାରହିବ । ଏହାର ପ୍ରବେଶ ସମ୍ପୂର୍ଣ୍ଣ ଭାବରେ ଦେୟ ମୁକ୍ତ ଅଟେ । ସବୁ ଦିନ ସୂର୍ଯ୍ୟାସ୍ତ ସମୟରେ ବିଗୁଲ୍ ବାଦନ କରାଯିବ ଓ ରବିବାର ଚେଞ୍ଜ ଅଫ୍‌ ସେରେମନି ଆୟୋଜିତ କରାଯିବ ।

For All Latest Updates

ABOUT THE AUTHOR

...view details