ନୂଆଦିଲ୍ଲୀ: ଘୋଷଣା ହୋଇସାରିଛି ସାଧାରଣ ନିର୍ବାଚନର ତାରିଖ । ଏପ୍ରିଲ ୧୧ରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ତେବେ ଏହାପୂର୍ବରୁ ଅଧିକରୁ ଅଧିକ ମତଦାତାଙ୍କୁ ଭୋଟ ଦେବା ପାଇଁ ଟ୍ୱିଟ କରି ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଉ ଏସବୁ ମଧ୍ୟରେ ଲୋକତନ୍ତ୍ରରେ ଗଣମାଧ୍ୟମର ଭୂମିକାକୁ ନେଇ ଇନାଡୁ ଇଣ୍ଡିଆକୁ ପ୍ରଶଂସା କରିଛନ୍ତି ପିଏମ ।
ଇନାଡୁ ପ୍ରଶଂସାରେ ପିଏମ, ନବୀନ-ରାହୁଲଙ୍କୁ କଲେ ଟ୍ୟାଗ୍
ମତଦାତାଙ୍କୁ ଭୋଟ ଦେବା ପାଇଁ ପ୍ରୋତ୍ସାହିତ କରିଛି ଇନାଡୁ ଇଣ୍ଡିଆ । ଦେଶବାସୀଙ୍କ ଆଶା ଆକାଂକ୍ଷାର ସ୍ବର ଉଠାଇବାର କାମ କରିଛି ଇନାଡୁ । ମତଦାତାଙ୍କୁ ସଚେତନ କରିବା ଏକ ଦୃଢ ଗଣତନ୍ତ୍ରର ଚାବିକାଠି । ଏହାସହ ଭୋଟରଙ୍କୁ ସଚେତନ କରିବାରେ ମାତୃଭୁମି ଇଂରାଜୀ, ଦିନଥନ୍ଥି, ଏସିଆନ ନ୍ୟୁଜ ଇଣ୍ଟର ନ୍ୟାଶନାଲ (ଏଏନଆଇ) ଆଦି ଗଣମାଧ୍ୟମର ଭୂମିକାକୁ ନେଇ ସେ ଧନ୍ୟବାଦ ଜଣାଇଛନ୍ତି । ତେବେ ବହୁସଂଖ୍ୟାରେ ମତଦାନ କରିବାକୁ ନିବେଦନ କରିଛନ୍ତି ମୋଦି ।

ଏହାଛଡା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଟ୍ୟାଗ କରିବାକୁ ଭୁଲି ନାହାନ୍ତି । ବିରୋଧୀଙ୍କ ଠାରୁ ଆରମ୍ଭ କରି ଫିଲ୍ମ, ଖେଳ, ଉଦ୍ୟୋଗର ପ୍ରସିଦ୍ଧ ବ୍ୟକ୍ତିଙ୍କୁ ନିଜ ଟ୍ୱିଟରେ ଟ୍ୟାଗ କରିଛନ୍ତି ମୋଦି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଖିଲେଶ ଯାଦବ, ତେଜସ୍ବୀ ଯାଦବ ସମେତ ବହୁ ବରିଷ୍ଠ ନେତାଙ୍କୁ ସେ ଟ୍ୟାଗ କରିଛନ୍ତି । ଏମାନଙ୍କୁ ମତଦାତାଙ୍କୁ ଭୋଟ ଦେବା ପାଇଁ ସଚେତନ କରିବା ପାଇଁ ମୋଦି ଅପିଲ କରିଛନ୍ତି ।