ଓଡିଶା

odisha

ETV Bharat / bharat

ଆଜି ବାରାଣାସୀ ଗସ୍ତରେ ମୋଦି - hospital

ବାରାଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି (ମଙ୍ଗଳବାର) ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେବାର ଯୋଜନା ରହିଛି। ସକାଳ 9ଟା ସମୟରେ ପ୍ରଧାନମନ୍ତ୍ରୀ ବାରାଣାସୀ ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି।

ଫାଇଲ ଫଟୋ

By

Published : Feb 19, 2019, 1:52 PM IST

ବାରାଣାସୀ: ବାରାଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି (ମଙ୍ଗଳବାର) ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେବାର ଯୋଜନା ରହିଛି । 2900କୋଟି ଟଙ୍କାର ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବାର ସୂଚନା ମଧ୍ୟ ରହିଛି ।

ବାରାଣାସୀରେ ଥିବା ରବିଦାସ ମନ୍ଦିରର ମଧ୍ୟ ଶିଳାନ୍ୟାସ କରିବେ। ସାଧୁଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ସହ ବାରାଣାସୀରେ ଏକ ବଡ ପାର୍କ ନିର୍ମାଣ କରାଯିବା ଏହି ପ୍ରକଳ୍ପରେ ସାମିଲ ରହିଛି । ସକାଳ 9ଟା ସମୟରେ ପ୍ରଧାନମନ୍ତ୍ରୀ ବାରାଣାସୀ ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେଠାରୁ ସିଧା ଏକ ଇଲେକ୍ଟ୍ରି ଲୋକୋ ମୋଟିଭ କନଭର୍ଟରର ଶୁଭାରମ୍ଭ କରିବେ । ସେଠାରୁ ସନ୍ଥ ରବିଦାସଙ୍କ ଜନ୍ମ ଦିବସ ଅବସରରେ ସାମିଲ ହୋଇ ମନ୍ଦିରର ଶିଳାନ୍ୟାସ କରିବେ । ଭକ୍ତି ଆନ୍ଦୋଳନ ସମୟରେ ଜଣେ ପ୍ରସିଦ୍ଧ କବି ଥିଲେ ସନ୍ଥ ରାମଦାସ । ଏହାପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ନିର୍ମାଣ ହୋଇଥିବା ମହାନ ମଦନମୋନ ମାଲବ୍ୟ କର୍କଟ ଇନଷ୍ଟିଚ୍ୟୁଟର ଉଦଘାଟନ କରିବେ । ଏହାସହ ଆୟୁଷ୍ମାନ ଭାରତ ସ୍କିମ ଉପରେ ଲୋକଙ୍କ ସହ ଆଲୋଚନା କରିବେ ।

ଦିଲ୍ଲୀ ଫେରିବା ପୂର୍ବରୁ ମୋଦି ରୋହାନିଆରେ ଥିବା ଉଧେ ଗାଁରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ । ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ସୁପର ସ୍ପେଶାଲିଟି ଇଏସଆଇସି ହସ୍ପିଟାଲର ଉଦଘାଟନ କରିବା ସହ ସରକାରୀ ମହିଳା ହସ୍ପିଟାଲ, ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲ ପୁନଃନିର୍ମାଣ ଏବଂ ଶିବପୁରରେ ଥିବା କମ୍ୟୁନିଟି ସେଣ୍ଟରର ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି ।

ବାରାଣାସୀରେ କିଛି ମ୍ୟୁଜିୟମର ମଧ୍ୟ ଉଦଘାଟନ କରିବାର ଯୋଜନା ରହିଥିବା ଜଣାପଡ଼ିଛି। ରାମନଗରରେ ଆରମ୍ଭ ହେବ ଫୁଡ ଡାଏରି ପ୍ରକଳ୍ପ, ସ୍ମାର୍ଟ ସିଟି ପ୍ରକଳ୍ପ ଆଧାରରେ ତିନୋଟି ପାର୍କର ସୌନ୍ଦର୍ଯ୍ୟକରଣ କରାଯିବ।ର ଯୋଜନା ରହିଛି। ମୋଦିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ABOUT THE AUTHOR

...view details