ନୂଆଦିଲ୍ଲୀ: ଆସନ୍ତା 8 ତାରିଖରେ 2 ଦିନିଆ ମାଳଦ୍ବୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଦ୍ବିତୀୟ ଥର ଶାସନକୁ ଫେରିବା ପରେ ମୋଦି ପ୍ରଥମ ଥର ପାଇଁ ମାଳଦ୍ବୀପ ଗସ୍ତ କରିବେ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ମିଳିଲା ସୂଚନା ।
ଦୁଇ ଦିନିଆ ମାଳଦ୍ବୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି - president
ଦୁଇ ଦିନିଆ ମାଳଦ୍ବୀପ ଗସ୍ତରେ ଯିବେ ମୋଦି । ଭାରତ-ମାଳଦ୍ବୀପ ଭିତରେ ଥିବା ସଂପର୍କ ହେବ ମଜବୁତ । ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଅନୁମତି କ୍ରମେ ମୋଦି ମାଳଦ୍ବୀପ ଗସ୍ତରେ ଯାଇଛନ୍ତି ।
ମାଳଦ୍ବୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସଲିହଙ୍କ ନିମନ୍ତ୍ରଣ ପାଇଁ ମୋଦି ମାଳଦ୍ବୀପ ଗସ୍ତ କରୁଛନ୍ତି । ଏହାସହ ଭାରତ ଏବଂ ମାଳଦ୍ବୀପ ଭିତରେ ସଂପର୍କକୁ ଦୃଢ କରିବାର ଏହା ପ୍ରଥମ ଯାତ୍ରା । ଇବ୍ରାହିମ ଗତବର୍ଷ ଡିସେମ୍ବରରେ ଭାରତ ଗସ୍ତରେ ଆସିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଗତବର୍ଷ ନଭେମ୍ବରରେ ମାଳଦ୍ବୀପ ଗସ୍ତରେ ଯାଇ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରରେ ସାମିଲ ହୋଇଥିଲେ । ଆଉ ଭାରତର ମାଳଦ୍ବୀପ ସହ ସଂପର୍କର ଗୁରୁତ୍ବକୁ ଦର୍ଶାଇଥିଲେ ।
ମାଳଦ୍ବୀପ ପରେ ମୋଦି 9 ତାରିଖରେ ଶ୍ରୀଲଙ୍କା ଗସ୍ତ କରିବେ । ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥିପାଲ ସିରିସେନାଙ୍କ ନିମନ୍ତ୍ରଣ ପାଇଁ ମୋଦି ଗସ୍ତ କରିଛନ୍ତି ।