ଓଡିଶା

odisha

By

Published : Aug 12, 2020, 4:21 PM IST

ETV Bharat / bharat

ସଚ୍ଚୋଟ କରଦାତାଙ୍କୁ ସମ୍ମାନିତ କରିବେ ସରକାର, ଗୁରୁବାର ଶୁଭାରମ୍ଭ

ଦେଶର ସଚ୍ଚୋଟ କରଦାତାଙ୍କୁ ସରକାର ଦେବେ ସମ୍ମାନ । ଏଥିପାଇଁ ଏକ ମେଗା କାର୍ଯ୍ୟକ୍ରମ ଆୟୋଜନ ହେଉଛି ଆନ୍ତକାଲି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Pm modi
Pm modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସ୍ବଚ୍ଛତାର ସହ ଆୟକର ଦାଖଲ କରୁଥିବା ନାଗରିକଙ୍କ ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିବେ । ‘ ସଚୋଟତାର ସମ୍ମାନ ’ ନାମକ ଏହି କାର୍ଯ୍ୟକ୍ରମ ଆସନ୍ତାକାଲି( ଗୁରୁବାର) ଶୁଭାରମ୍ଭ ହେବ । ଭିଡିଓ କନଫରେନ୍ସି ଯୋଗେ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଜାରି କରିଥିବା ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମରେ ଅର୍ଥ ବିଭାଗ ସହ ଆୟକର ବିଭାଗର ଅଧିକାରୀ ବିଶିଷ୍ଟ ଉଦ୍ୟୋଗୀ, ବ୍ୟବସାୟୀ ସଂଘର ପ୍ରତିନିଧି, ଚାଟାର୍ଡ ଆକାଉଣ୍ଟାଣ୍ଟ ଓ କରଦାତା ସାମିଲ ହେବେ । ଯେଉଁ ମଞ୍ଚ ଟି ଶୁଭାରମ୍ଭ ହେବାକୁ ଯାଉଛି ତାହା ପ୍ରତ୍ୟେକ୍ଷ ଭାବେ ଦେଶର ଅର୍ଥନୀତି ପ୍ରତି ସହାୟକ ହେବ ।

କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ( ସିବିଡିଟି) କିଛି ବର୍ଷ ମଧ୍ୟରେ ପ୍ରତ୍ୟେକ୍ଷ କର ସଂଗ୍ରହରେ ଅନେକ ସୁଧାର ଆଣିଛି । ଗତ ବର୍ଷ ମଧ୍ୟ କର୍ପୋରେଟ ଟ୍ୟାକ୍ସର ଦର 30 ପ୍ରତିଶତ ରୁ ହ୍ରାସ କରି 22 ପ୍ରତିଶତ କରିଛି ବୋର୍ଡ । ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କର ସଂଶୋଧନ ଫଳରେ ଟ୍ଯାକ୍ସର ଦର ହ୍ରାସ ପାଇବ । ଆଇନ ସରଳୀକରଣ ହୋଇପାରିବ । ଯାହା କରଦାତାଙ୍କୁ ଅଧିକ ସହାୟକ ହେବ ବୋଲି ଲକ୍ଷ୍ୟ ରଖିଛନ୍ତି ସରକାର ।

ସେହିଭଳି ମହାମାରୀ କରୋନା ସମୟରେ କରଦାତାଙ୍କ ପାଇଁ ମଧ୍ୟ ଆଉ କିଛି ଘୋଷଣା ଏହି କାର୍ଯ୍ୟକ୍ରମରେ କରିପାରନ୍ତି ପ୍ରଧାନମନ୍ତ୍ରୀ । ଯେହେତୁ ଆୟକର ଦାଖଲ ସମୟ ସୀମା ବୃଦ୍ଧି କରାଯାଇଛି ଆଉ କିଛି ମଧ୍ୟ ଘୋଷଣା ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details