ଓଡିଶା

odisha

ETV Bharat / bharat

'ଭାରତ କେ ମନ୍ କି ବାତ୍'ର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭାରତୀୟ ଜନତା ପାର୍ଟି(ବିଜେପି)ର ଜାତୀୟ କ୍ୟାମ୍ପେନ 'ଭାରତ କେ ମନ୍ କି ବାତ୍'ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ୟାମ୍ପେନ ମାଧ୍ୟମରେ ଦଳ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖିବ ।

By

Published : Feb 3, 2019, 12:15 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ


ଏହି କ୍ୟାମ୍ପେନ ମାଧ୍ୟମରେ ଦଳ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖିବ । ଏଥିରେ ଭବିଷ୍ୟତର ଭାରତ ପାଇଁ ବିଜେପି ନିଜର ସ୍ବତନ୍ତ୍ର ଏଜେଣ୍ଡା ଲୋକଙ୍କ ପାଖରେ ପହଞ୍ଚାଇବ । ଦେଶ ପାଇଁ ଆଗାମୀ 5 ବର୍ଷର ଏକ ରୂପରେଖର ନକ୍ସା ଜନସାଧାରଣଙ୍କ ପାଖରେ ପହଞ୍ଚାଇବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ବିଜେପି ପକ୍ଷରୁ ହେଉଥିବା ଏହି କ୍ୟାମ୍ପେନ ରବିବାରଠୁ ଆରମ୍ଭ ହୋଇ ମାସେ ପର୍ଯ୍ୟନ୍ତ ଚାଲିବ । ଦଳ ଏହାରି ମାଧ୍ୟମରେ ଦେଶର 100 ମିଲିୟନ ଲୋକଙ୍କ ସହ ସିଧାସଳଖ ସମ୍ପର୍କରେ ଆସିବା ସହ ସେମାନଙ୍କର ମତାମତକୁ ନିଜର ନିର୍ବାଚନୀ ଘୋଷଣାପତ୍ରରେ ରଖିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।

ଶୁଭାରମ୍ଭ ସମୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ଦଳୀୟ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

For All Latest Updates

ABOUT THE AUTHOR

...view details