ଓଡିଶା

odisha

ETV Bharat / bharat

'ମନ-କି-ବାତ': ବିଶେଷ ସଂସ୍କରଣ ପାଇଁ ଆଗୁଆ ସୂଚନା ଦେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ-କି-ବାତ କାର୍ଯ୍ୟକ୍ରମର ଅନ୍ତିମ ସଂସ୍କରଣ । ଏହି ଅନ୍ତିମ ସଂସ୍କରଣ ବିଶେଷ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

By

Published : Feb 24, 2019, 3:18 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ-କି-ବାତ କାର୍ଯ୍ୟକ୍ରମର ଅନ୍ତିମ ସଂସ୍କରଣ । ଏହି ଅନ୍ତିମ ସଂସ୍କରଣ ବିଶେଷ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏମିତିକି ମଜାକିଆ ଢଙ୍ଗରେ ଉଲ୍ଲେଖ କରି କହିଛନ୍ତି ଆଗୁଆ କହୁଛି, ନହେଲେ କହିବେନି ସୂଚନା ଦେଇଥିଲି ବୋଲି ।

ଆଗକୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବ ତେଣୁ ଏହା ଅନ୍ତିମ ତଥା ଚଳିତ ସରକାରରେ ତାଙ୍କର ଅନ୍ତିମ ସଂସ୍କରଣ ହେବ ବୋଲି ଜଣାପଡିଛି । ମନ କି ବାତର ଏହା 53ତମ ସଂସ୍କରଣ ହେବ । 2014 ନିର୍ବାଚନ ବିଜୟ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତି ମାସର ଶେଷ ସପ୍ତାହର ରବିବାର ଦିନ ଅଲ ଇଣ୍ଡିଆ ରେଡିଓରେ ମନ୍ କି ବାତ୍ କାର୍ଯ୍ୟକ୍ରମ କରୁଛନ୍ତି ପ୍ରଧାନମନ୍ତ୍ରୀ ।

ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କର ଏହା ଦିତ୍ବୀୟ ମନ କି ବାତ ହେବ । ଆଜିର ସଂସ୍କରଣରେ ପୁଲୱାମା ଆତଙ୍କବାଦୀ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ରଖାପାରନ୍ତି । ଏଥିସହ ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ଭୋଟ ଦେବାକୁ ଯାଉଥିବା ଯୁବପିଢୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ନିଜର ମନର କଥା କହିବେ ବୋଲି ସୂଚନା ରହିଛି ।

For All Latest Updates

ABOUT THE AUTHOR

...view details