ଓଡିଶା

odisha

ETV Bharat / bharat

‘ମନ କି ବାତ୍‌’ର 69ତମ ସଂସ୍କରଣ, ଦେଶବାସୀଙ୍କୁ ମନର କଥା କହିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ଆଜି ହେଉଛି 69 ତମ ସଂସ୍କରଣ । ଜାତି ସଂଘର ସାଧାରଣ ସଭାରେ ଅଭିଭାଷଣ ପରେ ଆଜି ଦେଶବାସୀଙ୍କୁ ଉଦବୋଧନ ଦେବେ ପିଏମ । ଅଧିକ ପଢନ୍ତୁ...

ଆଜି ’ମନ କି ବାତ’ର 69 ସଂସ୍କରଣକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଆଜି ’ମନ କି ବାତ’ର 69 ସଂସ୍କରଣକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

By

Published : Sep 27, 2020, 7:13 AM IST

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର 69 ତମ ସଂସ୍କରଣକୁ ରବିବାର(ଆଜି) ସମ୍ବୋଧିତ କରିବେ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ମନର କଥା କହିବେ ପିଏମ । ପ୍ରତିଥର ପରି ଏଥର ମଧ୍ୟ ପୂର୍ବାହ୍ନ 11 ସମୟରେ ରେଡିଓ, ଡିଡି, ନରେନ୍ଦ୍ର ମୋଦି ମୋବାଇଲ ଆପ୍‌ରେ ଶୁଣିବାକୁ ମିଳିବ ।

ଗତ ଶନିବାର ପିଏମ ମୋଦି ନିଜ ମାଇକ୍ରୋବ୍ଲଗିଂ ସାଇଟ ଟ୍ବିଟରରେ ଦେଶବାସୀଙ୍କୁ ’ମନ କି ବାତ’ କାର୍ଯ୍ୟକ୍ରମରେ ଯୋଡି ହେବାକୁ କହିଥିଲେ । ଏଥିସହ ଏହି କାର୍ଯ୍ୟକ୍ରମ ପାଇଁ ସାଧାରଣ ଜନତାଙ୍କ ଠାରୁ ସେ ପରାମର୍ଶ ଲୋଡିଥିଲେ ।

ଗତ ’ମନ କି ବାତ’ କାର୍ଯ୍ୟକ୍ରମରେ ପିଏମ ଦେଶରେ ଲୋକାଲ ଖେଳନାକୁ ଅଧିକ ଗୁରୁତ୍ବ ଦେବାକୁ କହିଥିଲେ । ଦେଶର ଷ୍ଟାର୍ଟଅପ୍ ମାନଙ୍କୁ ଏକତ୍ର ହୋଇ ଦେଶରେ ଖେଳନା ଉତ୍ପାଦନ କରିବାକୁ ମୋଦି ଆହ୍ବାନ କରିଥିଲେ । କହିବାକୁ ଗଲେ ସେ ଭାରତକୁ ଖେଳନାର ଏକ ହବ୍‌ କରିବାକୁ କହିଥିଲେ । ବିଶ୍ବରେ ଖେଳନା ଶିଳ୍ପ 7 ଲକ୍ଷ କୋଟିରୁ ଅଧିକ ରହିଛି, ଯେଉଁଥିରେ ଭାରତର ଅଂଶ ଖୁବ କମ ରହିଛି, ତେଣୁ ଏହାକୁ ବୃଦ୍ଧି କରିବାକୁ ହେବ ବୋଲି ସେ କହିଥିଲେ । ଏତେ ଐତିହ୍ୟ, ପରମ୍ପରା ଥିବା ଦେଶ, ଖେଳନା ବଜାରରେ ଏହାର ଅଂଶ ଏତେ କମ୍ ହେବା ଉଚିତ୍ କି ? ବୋଲି ଭାରତୀୟଙ୍କୁ ମନ କି ବାତ ଜରିଆରେ ପ୍ରଶ୍ନ କରିଛନ୍ତି ମୋଦି । ଲୋକାଲ ଖେଳଣା ପାଇଁ ଭୋକାଲ ହେବାକୁ ସେ ଦେଶବାସୀଙ୍କୁ ନିବେଦନ କରିଥିଲେ ।

ଜାତି ସଂଘରେ 75 ତମ ସାଧାରଣ ସଭାରେ ଗତ ଶନିବାର ମୋଦି ନିଜର ଅଭିଭାଷଣ ରଖିବା ପରେ ଆଜି ମନ କି ବାତ୍‌ କାର୍ଯ୍ୟକ୍ରମ । ଆତଙ୍କବାଦ ଏବଂ କୋଭିଡ -19 ମହାମାରୀ ଭଳି ଆହ୍ବାନକୁ ନେଇ ମିଳିତ ଜାତିସଂଘର ସଂସ୍କାରର ଗତି ବିଷୟରେ ସେ ଉଦବେଗ ପ୍ରକାଶ କରିଥିଲେ। ଏଥିସହ ଜାତିସଂଘରେ ସଂସ୍କାର ଆଣିବା ଆବଶ୍ୟକତା ଉପରେ ମୋଦି ଗୁରୁତ୍ବାରୋପ କରିଥିଲେ ।

ABOUT THE AUTHOR

...view details