ଓଡିଶା

odisha

By

Published : Sep 16, 2019, 11:44 AM IST

ETV Bharat / bharat

‘ହାଓଡି ମୋଦି’ରେ ଟ୍ରମ୍ପଙ୍କୁ ସ୍ବାଗତ ଜଣାଇଲେ ମୋଦି

‘ହାଓଡି ମୋଦି’ରେ ସାମିଲ ହେବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି। ଏନେଇ ଟ୍ବିଟ କରି ଆମେରିକା ରାଷ୍ଟ୍ରପତିଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ବାଗତ କରିଛନ୍ତି ସେ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ମୋଦିଙ୍କ କାର୍ଯ୍ୟକ୍ରମ ‘ହାଓଡି ମୋଦି’ ରେ ସାମିଲ ହେବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୋମବାର ଟ୍ବିଟ କରି ଆମେରିକା ରାଷ୍ଟ୍ରପତିଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ବାଗତ କରିଛନ୍ତି ସେ।

ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି, ଆମେରିକା ରାଷ୍ଟ୍ରପତିଙ୍କ ଏହି ସ୍ବତନ୍ତ୍ର ପଦକ୍ଷେପ ଭାରତ ଏବଂ ଆମେରିକା ମଧ୍ୟରେ ଥିବା ନିବିଡ ସମ୍ପର୍କକୁ ଦର୍ଶାଉଛି । ଉଭୟ ଦେଶର ସମ୍ପର୍କକୁ ନେଇ ଏକ ସ୍ବତନ୍ତ୍ର ସଙ୍କେତ ଦେଇଛନ୍ତି ରାଷ୍ଟ୍ରପତି। ହୋଷ୍ଟନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରମ୍ପ ଯୋଗ ଦେବାକୁ ଯାଉଛନ୍ତି । ଏହାକୁ ନେଇ ମୁଁ ବହୁତ ଖୁସି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର@narendramodi

ଏହା ସହିତ ଅନ୍ୟ ଏକ ଟ୍ବିଟରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ହୋଷ୍ଟନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମିଲ ହେବାର ନିଷ୍ପତ୍ତି ଆମେରିକା ସମାଜ ଏବଂ ଅର୍ଥ ବ୍ୟବସ୍ଥାରେ ଭାରତୀୟ ସମୁଦାୟର ଯୋଗଦାନ ଏବଂ ଉଭୟ ଦେଶର ନାଗରିକଙ୍କ ମଧ୍ୟରେ ଥିବା ଦୃଢ ସମ୍ପର୍କକୁ ଦର୍ଶାଉଛି।

ଫଟୋ ସୌଜନ୍ୟ: ଟ୍ବିଟର@narendramodi

ସେପ୍ଟେମ୍ବର 22ରୁ ଆମେରିକାର ହୋଷ୍ଟନରେ ଆୟୋଜିତ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ‘ହାଓଡି ମୋଦି’ରେ ଡୋନାଲ୍ଡ ଯୋଗ ଦେବେ ବୋଲି ରବିବାର ଆମେରିକୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ବାଇଟ ହାଉସ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

ABOUT THE AUTHOR

...view details