କୋଲକାତା: ଦିଦିଙ୍କ ଗଡରେ ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗର ଏକ ରାଲିରେ ଜନସାଧାରଣଙ୍କୁ ସମ୍ବୋଧିତ କରି ଶାସକ ଦଳ ତୃଣମୂଳ କଂଗ୍ରେସ ଉପରେ ବର୍ଷିଛନ୍ତି ସେ । କୋଲକାତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ଷେପ କରି 'ସ୍ପିଡ୍ ବ୍ରେକର ଦିଦି' ବୋଲି କହିଛନ୍ତି ମୋଦି । ବିକାଶ ଦିଗରେ ସ୍ପିଡ୍ ବ୍ରେକର ସାଜିଛନ୍ତି କୋଲକାତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ଯରେ ବିକାଶକୁ ରୋକିବାର ପ୍ରୟାସ କରୁଛନ୍ତି ସେ। କଂଗ୍ରେସ ଏବଂ ମମତା ବାନାର୍ଜୀଙ୍କୁ ଭୋଟ ନ ଦେବାପାଇଁ ସେ କହିଛନ୍ତି। ଦେଶର ଦାରିଦ୍ରତା ଦୂର କରିବା ପରିବର୍ତ୍ତେ ସେମାନେ ଗରିବୀକୁ ନେଇ ରାଜନୀତି କରୁଥିବା କହିଛନ୍ତି ସେ।
'ବିକାଶ ରାସ୍ତାରେ ସ୍ପିଡ୍ ବ୍ରେକର ସାଜିଛନ୍ତି ମମତା' - kolkatta
ପଶ୍ଚିମ ବଙ୍ଗର ବିକାଶ ରାସ୍ତାରେ ସ୍ପିଡ ବ୍ରେକର ସାଜିଛନ୍ତି କୋଲକାତା ମୁଖ୍ୟମନ୍ତ୍ରୀ। ରାଜ୍ଯରେ ବିକାଶକୁ ମମତା ବାନାର୍ଜୀ ରୋକିବାର ପ୍ରୟାସ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଫାଇଲ ଫଟୋ
ଜଣେ ଗରିବ ଯେତେବେଳେ ରୋଗରେ ପଡେ ତା ପାଇଁ ସବୁଠୁ ବଡ ସମସ୍ଯା ହେଲା ଅର୍ଥ । ଆମ ସରକାର ଗରୀବଙ୍କ ଚିକିତ୍ସା ପାଇଁ ପ୍ରତି ବର୍ଷ 5 ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତାର ଘୋଷଣା କରିଛି। କିନ୍ତୁ ସ୍ପିଡ୍ ବ୍ରେକର ଦିଦି ପଶ୍ଚିମବଙ୍ଗରେ ଏହି ଯୋଜନା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ଦିଦି 70 ଲକ୍ଷରୁ ଅଧିକ କୃଷକ ପରିବାରର ବିକାଶରେ ମଧ୍ୟ ବ୍ରେକ୍ ଲଗାଇ ଦେଇଛନ୍ତି । ପିଏମ୍ କିଷାନ ଯୋଜନା ଜରିଆରେ ଦେଶର ସମସ୍ତ କୃଷକଙ୍କୁ ଟଙ୍କା ଯୋଗାଇ ଦିଆଯାଉଛି । କିନ୍ତୁ ଦିଦି ଏହି ଯୋଜନାରେ ମଧ୍ୟ ବ୍ରେକ୍ ଲଗାଇ ଦେଇଥିବା ସେ କହିଛନ୍ତି ।