ଓଡିଶା

odisha

ETV Bharat / bharat

7 ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ଫୋନ କଲ୍, କୋଭିଡ୍ ଓ ବନ୍ୟା ସ୍ଥିତିକୁ ନେଇ ଆଲୋଚନା - covid-19-situation

ମୋଦି ରବିବାର 7 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ସେ ସମସ୍ତ ରାଜ୍ୟ ହେଲା ବିହାର, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡ। ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦି କୋଭିଡ୍ ସ୍ଥିତି ନେଇ ଆଲୋଚନା କରିବା ସହ ବନ୍ୟା ପରିସ୍ଥିତି ପଚାରି ବୁଝିଛନ୍ତି।

7 ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଫୋନକଲ୍, କୋଭିଡ୍ ଓ ବନ୍ୟା ସ୍ଥିତିକୁ ନେଇ ଆଲୋଚନା
7 ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଫୋନକଲ୍, କୋଭିଡ୍ ଓ ବନ୍ୟା ସ୍ଥିତିକୁ ନେଇ ଆଲୋଚନା

By

Published : Jul 20, 2020, 11:30 AM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ ସମୟରେ ଆଉ ଏକ ବିପଦ ହୋଇ ଉଭା ହୋଇଛି ବନ୍ୟା ପରିସ୍ଥିତି। ପ୍ରକୃତିର କରାଳ କୋପରେ ଦେଶବାସୀଙ୍କ ମେରୁଦଣ୍ଡ ଏକପ୍ରକାର ଭାଙ୍ଗିଗଲାଣି। ଏ ସମସ୍ତ କ୍ରୁର ପରିସ୍ଥିତିକୁ ସାମ୍ମାନା କରୁଥିବା ରାଜ୍ୟର ମୁଖିଆଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଫୋନ ଯୋଗେ ଆଲୋଚନା କରିଛନ୍ତି।

ମୋଦି ରବିବାର 7 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ସେ ସମସ୍ତ ରାଜ୍ୟ ହେଲା ବିହାର, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡ। ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦି କୋଭିଡ୍ ସ୍ଥିତି ନେଇ ଆଲୋଚନା କରିବା ସହ ବନ୍ୟା ପରିସ୍ଥିତି ପଚାରି ବୁଝିଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌ଙ୍କ ସହ ମୋଦି ରାଜ୍ୟର ବନ୍ୟାର ପରିସ୍ଥିତି ସହ କୋଭିଡ୍ ସ୍ଥିତି ଉପରେ ପଚାରିବୁଝିଛନ୍ତି। ଏହାସହ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରାଯିବ ବୋଲି ଆଶ୍ବାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ତେବେ ଏବେ ସୁଦ୍ଧା ବନ୍ୟା ଯୋଗୁଁ ଆସାମରେ 81 ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି। କୋଭିଡ୍ ସ୍ଥିତି ସହ ଆସାମ ତୈଳ କୂପରେ ନିଆଁ ଲିଭା କାର୍ଯ୍ୟ ଉପରେ ପଚାରି ବୁଝିଥିଲେ ମୋଦି।

ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହ କଥା ହୋଇ ରାଜ୍ୟରେ ସଂକ୍ରମିତ ହୋଇଥିବା ଯବାନମାନଙ୍କ ସମ୍ପର୍କରେ ସୂଚନା ମାଗିଥିଲେ। ଯବାନମାନଙ୍କ ଉତ୍ତମ ଚିକିତ୍ସାପାାଇଁ ରାଜ୍ୟ ସରକାର ଏବଂ ସେନା ଅଧିକାରୀ ସହଯୋଗ କରିବାପାଇଁ ପରାମର୍ଶ ଦେଇଥିଲେ।

ତେବେ ସୋନୱାଲଙ୍କ ସହ କଥାହେବା ବ୍ୟତୀତ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆନ୍ଧ୍ରର ଜଗନ ମୋହନ ରେଡ୍ଡୀ, ତେଲେଙ୍ଗାନାର କେ ଚନ୍ଦ୍ର ଶେଖର ରାଓ, ତାମିଲନାଡୁର ଏଡା ପାଲ୍ଲି କେ ପଲାନିସ୍ବାମୀ, ହିମାଚଳ ପ୍ରଦେଶର ଜୟ ରାମ ଠାକୁର ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ।

ABOUT THE AUTHOR

...view details