ଓଡିଶା

odisha

ETV Bharat / bharat

'ବିଲ ଗେଟ୍ସଙ୍କ ଠାରୁ ସୋସିଆଲ ଡିସଟାଣ୍ଟସ ରଖନ୍ତୁ ମୋଦି' - ବିଲ ଗେଟ୍ସଙ୍କ ଠାରୁ ସୋସିଆଲ ଡିସଟାଣ୍ଟସ ରଖନ୍ତୁ ମୋ

ବିଜେପି ନେତା ସୁଭ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରାମର୍ଶ ଦେଇଛନ୍ତି ଏବଂ ସୁରକ୍ଷା ପ୍ରସଙ୍ଗରେ ତାଙ୍କୁ ବିଲ୍ ଗେଟ୍ସଙ୍କଠାରୁ ଦୂରେଇ ରହିବାକୁ କହିଛନ୍ତି। ଅଧିକ ପଢନ୍ତୁ..

'ବିଲ ଗେଟ୍ସଙ୍କ ଠାରୁ ସୋସିଆଲ ଡିସଟାଣ୍ଟସ ରଖନ୍ତୁ ମୋଦି'
'ବିଲ ଗେଟ୍ସଙ୍କ ଠାରୁ ସୋସିଆଲ ଡିସଟାଣ୍ଟସ ରଖନ୍ତୁ ମୋଦି'

By

Published : May 18, 2020, 1:07 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ସମଗ୍ର ବିଶ୍ୱକୁ କବଜା କରିଛି । କୋରୋନା ଦ୍ବାରା ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଲ ଗେଟ୍ସ ଫାଉଣ୍ଡେସନ ଲୋକଙ୍କୁ କୋରୋନା ପରୀକ୍ଷା ଘରେ କରିବାକୁ ପ୍ରସ୍ତାବ ଦେଇଥିଲା, ଯାହା ଆମେରିକୀୟ ଏଜେନ୍ସି ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ବିଜେପି ନେତା ସୁଭ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରାମର୍ଶ ଦେଇଛନ୍ତି ଏବଂ ସୁରକ୍ଷା ପ୍ରସଙ୍ଗରେ ତାଙ୍କୁ ବିଲ୍ ଗେଟ୍ସଙ୍କଠାରୁ ଦୂରେଇ ରହିବାକୁ କହିଛନ୍ତି।

ଏକ ଟ୍ବିଟ୍‌ରେ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଗ୍ରହଣ କରିବା ଉଚିତ ଏବଂ ଆମର ଜାତୀୟ ସୁରକ୍ଷା ପ୍ରସଙ୍ଗରେ ବିଲ ଗେଟ୍ସଙ୍କ ଠାରୁ ସମ୍ପୂର୍ଣ୍ଣ ସାମାଜିକ ଦୂରତା ବଜାୟ ରଖିବା ଉଚିତ । ବିଜେପି ସାଂସଦ ତାଙ୍କ ଟ୍ବିଟ ରେ ନ୍ୟୁଜ୍ ଏଜେନ୍ସି ରଏଟର୍ସ ପକ୍ଷରୁ ଏକ ଖବର ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଦାବି କରାଯାଇଛି ଯେ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ବିଲ ଆଣ୍ଡ ମେଲେଣ୍ଡା ଗେଟ୍ସ ଫାଉଣ୍ଡେସନ୍ ର ପ୍ରସ୍ତାବକୁ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି ।

ସୂଚନାଯୋଗ୍ୟ ଯେ, ଭିଡିଓ ସମ୍ମିଳନୀ ମାଧ୍ୟମରେ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ଚେୟାରମ୍ୟାନ ବିଲ ଗେଟ୍ସ ସହମତ ହୋଇଥିଲେ ଯେ ବୈଶୟିକ ପ୍ରୟାସରେ ସହଯୋଗ କରିବାକୁ ଭାରତର ଇଚ୍ଛା ଏବଂ ଦକ୍ଷତାକୁ ଦୃଷ୍ଟିରେ ରଖି ଏହା ଗୁରୁତ୍ୱପୂର୍ଣ୍ଣ ଅଟେ ଯେ, ମହାମାରୀ କୁ ନେଇ ପ୍ରତିକ୍ରିୟାର ସମନ୍ୱୟ ପାଇଁ ବୈଶୟିକ ଚର୍ଚ୍ଚାରେ ଦିଲ୍ଲୀକୁ ଅନ୍ତର୍ଭୁକ୍ତ କରାଯାଉ । ସ୍ୱାସ୍ଥ୍ୟ ସଙ୍କଟ ବିରୋଧରେ ଲଢେଇରେ ଭାରତ ଗ୍ରହଣ କରିଥିବା ସଚେତନ ଆଭିମୁଖ୍ୟକୁ ମଧ୍ୟ ମୋଦୀ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ ଟ୍ବିଟରେ କହିଛନ୍ତି ଯେ, ସେ ବିଲ୍ ଗେଟ୍ସଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । କୋରୋନା ମୁକାବିଲା ପାଇଁ ଭାରତର ପ୍ରୟାସ, କୋଭିଡ-19 ର ମୁକାବିଲା ପାଇଁ ଗେଟ୍ସ ଫାଉଣ୍ଡେସନର କାର୍ଯ୍ୟ, ଟେକ୍ନୋଲୋଜିର ଭୂମିକା, ନୂତନତ୍ୱ ଏବଂ ଏହର ଚିକିତ୍ସା ପାଇଁ ଟିକା ଉତ୍ପାଦନ ବିଷୟରେ ଆମେ ଆଲୋଚନା କରିଥିଲୁ। '

ABOUT THE AUTHOR

...view details