ହୋଷ୍ଟନ ପହଁଞ୍ଚିଲେ ପିଏମ, ହାଉଡି ମୋଦି କାର୍ଯ୍ୟକ୍ରମରେ ଦେବେ ଯୋଗ - ହୋଷ୍ଟନରେ ମୋଦି
ଆମେରିକାର ହୋଷ୍ଟନ ସହରରେ ପ୍ରଧାନମନ୍ତ୍ରୀ ମୋଦି । ସେ ରବିବାର ସକାଳ 8.45 ରେ ହୋଷ୍ଟନରେ ଆୟୋଜିତ ‘ହାଉଡି ମୋଦି’ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ ।
ହୋଷ୍ଟନ: ଆମେରିକାର ହୋଷ୍ଟନ ସହରରେ ପହଁଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କ ସମ୍ମାନରେ ଆୟୋଜିତ ସାମୁଦାୟିକ ସମାରୋହ ‘ହାଉଡି ମୋଦି’ର ଆୟୋଜନ ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ପିଏମ ମୋଦି ରବିବାର ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।
ଏହି ସମାରୋହ ପାଇଁ ଏଯାବତ 50 ହଜାର ଟିକେଟ ବିକ୍ରି ସରିଛି । ଏହାଛଡା ଅନେକ ଲୋକ ୱେଟିଙ୍ଗ ଲିଷ୍ଟରେ ମଧ୍ୟ ରହିଛନ୍ତି । ପ୍ରାୟ ତିନି ଘଣ୍ଟା ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ ମୋଦି । ଆମେରିକାର ଟେକ୍ସାସ ରାଜ୍ୟର ସବୁଠାରୁ ବଡ ସହର ହୋଷ୍ଟନର ଏନଆରଜି ଷ୍ଟାଡିୟମରେ ଅଣ ଲାଭକାରୀ ସଂଗଠନ ଟେକ୍ସାସ ଇଣ୍ଡିଆ ଫୋରମ ଦ୍ବାରା ଏହି ସମାରୋହର ଆୟୋଜନ କରାଯାଇଛି । ଏନଆରଜି ଷ୍ଟାଡିୟମ ଓ ସାରା ହୋଷ୍ଟନ ସହରରେ ମୋଦିଙ୍କ ସ୍ବାଗତ ସନ୍ଦେଶ ଲେଖା ଯାଇଥିବା ବିଲବୋର୍ଡ ସବୁ ଲଗା ଯାଇଛି ।
ପୋପଙ୍କ ପରେ ଆମେରିକାରେ କୌଣସି ନେତା ପାଇଁ ଜମୁଥିବା ଏହା ସବୁଠାରୁ ବଡ ଭିଡ ହେବ । ପ୍ରାୟ ଏକ ହଜାରରୁ ଅଧିକ ସ୍ବୟଂସେବକ ତଥା ଟେକ୍ସାସ ସ୍ଥିତ 650 ସଂଗଠନର ସହଯୋଗରେ ‘ହାଉଡି ମୋଦି’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । 71 ହଜାର 995 ଲୋକଙ୍କ କ୍ଷମତା ବିଶିଷ୍ଟ ଏନଆରଜି ଷ୍ଟାଡିୟମରେ ରବିବାର ସକାଳ 8.45 ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଏହି କାର୍ଯ୍ୟକ୍ରମରେ ଆମେରିକାର ସାଂସଦ ଓ ମେୟର ମାନେ ମଧ୍ୟ ଯୋଗଦେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ