ଓଡିଶା

odisha

ETV Bharat / bharat

ରେଳ ଟିକଟରେ ପିଏମ୍‌ ମୋଦୀଙ୍କ ଫଟୋ, 4 କର୍ମଚାରୀ ନିଲମ୍ବିତ - up

ଆଚର ସଂହିତାର ଉଲ୍ଲଘଂନ। ରେଳଟିକେଟରେ ମୋଦିଙ୍କ ଫଟୋକୁ ନେଇ ରେଲିଓ୍ବର 4କର୍ମଚାରୀଙ୍କୁ ନିଲମ୍ବିତ ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@ANINewsUP

By

Published : Apr 16, 2019, 7:15 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାରାବାଙ୍କିରେ ରେଳ ଟିକେଟରେ ମୋଦିଙ୍କ ଫଟୋ ଦେଖିବାକୁ ମିଳିଥିଲା । ଏ ନେଇ ବିରୋଧୀ ଦଳ ମଧ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗକୁ ଗୁରୁତ୍ବର ସହ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ରେଳବାଇକୁ ସୁପାରିଶ କରିଥିଲା ନିର୍ବାଚନ ଆୟୋଗ । ଏପଟେ ରେଲଓ୍ବେର 4 କର୍ମଚାରୀଙ୍କୁ ମଧ୍ୟ ଏ ନେଇ ନିଲମ୍ବିତ କରାଯାଇଛି।


ଖବରମୁତାବକ, ବାରାବାଙ୍କି ରେଳ ଷ୍ଟେସନ୍‌ରୁ ଜଣେ ବ୍ୟକ୍ତି ରେଳ ଟିକେଟ କିଣିଥିଲେ । ସେହି ଟିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ସହ ସରକାରୀ ଆବାସ ଯୋଜନାର ବିବରଣୀ ମଧ୍ୟ ଥିଲା ।


ତେବେ ଏହି ମାମଲାର ଖବର ନିର୍ବାଚନ ଆୟୋଗକୁ ମିଳିବା ପରେ ସେ ରେଲିଓ୍ବକୁ ନୋଟିସ୍‌ ପଠାଇ ଥିଲେ । ଏହାପରେ ରେଳବିଭାଗ ଏହି ଘଟଣାରେ ସଂପୃକ୍ତ 4 ଜଣ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଛି ।


ତେବେ ଏନେଇ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରିଟ୍‌ କହିଛନ୍ତି ଯେ, 13 ଏପ୍ରିଲ୍‌ରେ ଟିକେଟ କର୍ମଚାରୀ ଭୁଲବଶତଃ ପୁରୁଣା ଟିକେଟର ସିଟ୍‌ରେ ଟିକେଟ୍‌ ପ୍ରିଣ୍ଟ କରିଛନ୍ତି । ତେବେ ଏହି ମାମଲାରେ 2ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି ।


ସୂଚନାଥାଉକି, ନିର୍ବାଚନ ଆୟୋଗ ଏହାକୁ ଆଚର ସଂହିତାର ଉଲ୍ଲଘଂନ ହୋଇଥିବା ଦର୍ଶାଇଛନ୍ତି।

ABOUT THE AUTHOR

...view details