ଓଡିଶା

odisha

ETV Bharat / bharat

ସାଂସଦଙ୍କ ସହ ମୋଦିଙ୍କ 7 ବୈଠକ

ବିଜେପି ସାଂସଦଙ୍କ ସହ ମୋଦିଙ୍କ ବୈଠକ । 7-ଲୋକ କଲ୍ୟାଣ ମାର୍ଗରେ ହେବ 7ଟି ଅଲଗା ଅଲଗା ବୈଠକ ।

By

Published : Jul 9, 2019, 10:13 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ସପ୍ତାହର ଶେଷରେ କେନ୍ଦ୍ର ଓ ରାଜ୍ୟରେ ପ୍ରଥମ ଥର ମନ୍ତ୍ରୀ ହୋଇଥିବା ସମସ୍ତ ବିଜେପି ସାଂସଦଙ୍କୁ ଭେଟିବେ । ଏଥି ସହିତ ମୋଦି ପାର୍ଟିର ମହିଳା ସାଂସଦ ଓ 45 ବର୍ଷରୁ କମ ବର୍ଷର ସାଂସଦଙ୍କୁ ମଧ୍ୟ ଭେଟିବେ ।

ପ୍ରଧାନମନ୍ତ୍ରୀଙ୍କ ସହିତ ସାଂସଦଙ୍କ ଅଲଗା ଅଲଗା 7ଟି ବୈଠକ ହେବ । ନବ ନିର୍ବାଚିତ ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଭେଟ କରାଇବା ପାଇଁ ଏହି ବୈଠକର ଆୟୋଜନ ହୋଇଥିବା ଜଣେ ବିଜେପି ନେତା ସୂଚନା ଦେଇଛନ୍ତି ।

ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ 7-ଲୋକ କଲ୍ୟାଣ ମାର୍ଗରେ ହେଉଛି । ଗତ ଲୋକସଭା ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ସଂସଦର ପ୍ରତ୍ୟେକ ଅଧିବେଶନରେ ସରକାରର ଏଜେଣ୍ଡାକୁ ନେଇ ବିଭିନ୍ନ ରାଜ୍ୟର ବିଜେପି ସାଂସଦଙ୍କ ସହ ଆଲୋଚନା କରିଥିଲେ ।

ABOUT THE AUTHOR

...view details