ଓଡିଶା

odisha

ETV Bharat / bharat

ଜାତୀୟ ପଞ୍ଚାୟତିରାଜ ଦିବସରେ ଦେଶକୁ ଉଦବୋଧନ ଦେବେ ମୋଦି

ଦେଶବ୍ୟାପୀ ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଏପ୍ରିଲ 24ରେ ମୋଦି ସମ୍ବୋଧନ କରିବେ । ଭିସି ଦ୍ବାରା ଏହି କାର୍ଯ୍ୟକ୍ରମ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରଣାଳୟ ସୂଚନା ଦେଇଛି । ଅଧିକ ପଢନ୍ତୁ...

By

Published : Apr 23, 2020, 1:22 AM IST

ଜାତୀୟ ପଞ୍ଚାୟତିରାଜ ଦିବସରେ ଦେଶକୁ ଉଦବୋଧନ ଦେବେ ମୋଦି
ଜାତୀୟ ପଞ୍ଚାୟତିରାଜ ଦିବସରେ ଦେଶକୁ ଉଦବୋଧନ ଦେବେ ମୋଦି

ନୂଆଦିଲ୍ଲୀ: ଶୁକ୍ରବାର ଜାତୀୟ ପଞ୍ଚାୟତିରାଜ ଦିବସ । ଏହି ଅବସରରେ ସାରା ଦେଶର ଗ୍ରାମ ପଞ୍ଚାୟତକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଦେଶବ୍ୟାପୀ ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଏପ୍ରିଲ 24ରେ ମୋଦି ସମ୍ବୋଧନ କରିବେ । ଭିସି ଦ୍ବାରା ଏହି କାର୍ଯ୍ୟକ୍ରମ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରଣାଳୟ ସୂଚନା ଦେଇଛି । ଏଥିରେ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ଅନେକ ଗ୍ରାମବାସୀ ଯୋଗ ଦେବାର ସମ୍ଭାବନା ରହିଛି ।

ତେବେ ସେଦିନ ମୋଦି ଇ-ଗ୍ରାମସ୍ବରାଜ ପୋର୍ଟାଲ ଓ ମୋବାଇଲ ଆପ୍ ଲଞ୍ଚ କରିବେ । ଏହି ପୋର୍ଟାଲ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ପଦକ୍ଷେପ । ଏଥିରେ ସମସ୍ତ ଗ୍ରାମପଞ୍ଚାୟତକୁ ପଞ୍ଚାୟତସ୍ତରରେ ବିକାଶମୂଳକ କାର୍ଯ୍ୟ କରିବାକୁ ସିଧାସଳଖ ଓ ଏକକ ଅଧିକାର ମିଳିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୌଜନ୍ୟ@ANI

ABOUT THE AUTHOR

...view details