ଓଡିଶା

odisha

ETV Bharat / bharat

ଆସନ୍ତାକାଲି ଡେନମାର୍କ ପ୍ରତିପକ୍ଷଙ୍କ ସହ ମୋଦିଙ୍କ ଦ୍ବିପାକ୍ଷିକ ସମ୍ମିଳନୀ

ଆସନ୍ତାକାଲି ଡେନମାର୍କ ପ୍ରତିପକ୍ଷଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି। ମେଟେ ଫ୍ରେଡେରିକସେନଙ୍କ ସହ ଏକ ଭର୍ଚୁଆଲ ଦ୍ବିପାକ୍ଷିକ ସମ୍ମିଳନୀ ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରବିବାର କହିଛି। ଏହି ସମ୍ମିଳନୀ ଭାରତ ଦ୍ୱାରା ଆୟୋଜିତ ହେଉଛି ବୋଲି ଏକ ବିବୃତ୍ତିରେ କହିଛନ୍ତି।

ଆସନ୍ତାକାଲି ଡେନମାର୍କ ପ୍ରତିପକ୍ଷଙ୍କ ସହ ମୋଦିଙ୍କ ଭର୍ଚୁଆଲ ଦ୍ବିପାକ୍ଷିକ ସମ୍ମିଳନୀ
ଆସନ୍ତାକାଲି ଡେନମାର୍କ ପ୍ରତିପକ୍ଷଙ୍କ ସହ ମୋଦିଙ୍କ ଭର୍ଚୁଆଲ ଦ୍ବିପାକ୍ଷିକ ସମ୍ମିଳନୀ

By

Published : Sep 27, 2020, 9:02 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଡେନମାର୍କ ପ୍ରତିପକ୍ଷଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି। ମେଟେ ଫ୍ରେଡେରିକସେନଙ୍କ ସହ ମୋଦିଙ୍କ ଏକ ଭର୍ଚୁଆଲ ଦ୍ବିପାକ୍ଷିକ ସମ୍ମିଳନୀ ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରବିବାର କହିଛି। ଏହି ସମ୍ମିଳନୀ ଭାରତ ଦ୍ୱାରା ଆୟୋଜିତ ହେଉଛି ବୋଲି ଏକ ବିବୃତ୍ତିରେ କହିଛନ୍ତି।

ଭାରତ-ଡେନମାର୍କ ଦ୍ୱିପାକ୍ଷିକ ସମ୍ପର୍କ ନିୟମିତ ଉଚ୍ଚ ସ୍ତରୀୟ ଆଦାନପ୍ରଦାନ ଦ୍ୱାରା ଚିହ୍ନିତ ହୋଇଛି ଏବଂ ଏହା ଐତିହାସିକ ଲିଙ୍କ, ସାଧାରଣ ଗଣତାନ୍ତ୍ରିକ ପରମ୍ପରା ଏବଂ ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ଶାନ୍ତି ଏବଂ ସ୍ଥିରତା ପାଇଁ ଇଚ୍ଛା ଉପରେ ଆଧାରିତ ବୋଲି ଏମଇଏ କହିଛି।

ଭାରତ ଏବଂ ଡେନମାର୍କ ମଧ୍ୟରେ ଦ୍ରବ୍ୟ ଏବଂ ସେବାରେ ଦ୍ୱିପାକ୍ଷିକ ବାଣିଜ୍ୟ 30.49 ପ୍ରତିଶତ ବୃଦ୍ଧି ପାଇଛି। ଯାହା 2016 ରେ 2.82 ବିଲିୟନ ଡ଼ଲାରରୁ 2019 ରେ 3.68 ବିଲିୟନ ଡ଼ଲାରରେ ପହଞ୍ଚିଛି। ପ୍ରାୟ 200 ଡେନମାର୍କ କମ୍ପାନୀ ଭାରତରେ ପରିବହନ, ନବୀକରଣ ଯୋଗ୍ୟ ଶକ୍ତି, ପରିବେଶ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସ୍ମାର୍ଟ ସହରୀ ବିକାଶ। ଡେନମାର୍କର ଅନେକ ପ୍ରମୁଖ କମ୍ପାନୀ 'ମେକ୍ ଇନ୍ ଇଣ୍ଡିଆ' ଯୋଜନା ଅଧୀନରେ ନୂତନ ଉତ୍ପାଦନ କାରଖାନା ନିର୍ମାଣ କରିଛନ୍ତି ବୋଲି ଏମଏଏ ଏକ ବିବୃତ୍ତିରେ କହିଛି।

ଆଇଟି, ଅକ୍ଷୟ ଶକ୍ତି ଏବଂ ଇଞ୍ଜିନିୟରିଂରେ ଡେନମାର୍କରେ ପ୍ରାୟ 25 ଟି ଭାରତୀୟ କମ୍ପାନୀ ରହିଛି ବୋଲି ଏଥିରେ କୁହାଯାଇଛି। ଏହି ଅବସରରେ ଭାରତ ଏବଂ ଡେନମାର୍କ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହେବ। ଏହି ବୈଠକ ଉଭୟ ଦେଶକୁ ଏକ ମଜବୁତ ତଥା ଗଭୀର ସହଯୋଗ ପାଇଁ ବ୍ୟାପକ ରାଜନୈତିକ ଦିଗ ଦେବ।

ABOUT THE AUTHOR

...view details