ଓଡିଶା

odisha

ETV Bharat / bharat

ମୋଦି ସରକାରଙ୍କ ବଡ ନିଷ୍ପତ୍ତି, ବିକାଶ ଓ ନିଯୁକ୍ତି ପାଇଁ କ୍ୟାବିନେଟ କମିଟି ଗଠନ

ବିକାଶ ଓ ନିଯୁକ୍ତି ପାଇଁ ମୋଦି ସରକାର କ୍ୟାବିନେଟ କମିଟି ଗଠନ କରିଛନ୍ତି । ଯିଏକି ବେରୋଜଗାର ଓ ଜିଡିପିକୁ ସୁଧାରିବା ଦିଗରେ ପଦକ୍ଷେପ ନେବେ ।

ଡିଜାଇନ ଫଟୋ

By

Published : Jun 6, 2019, 8:17 AM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପରେ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିଛି ବିଜେପି । ମୋଦିଙ୍କ ନେତୃତ୍ବରେ ଲଗାତାର ଦ୍ବିତୀୟ ଥର କ୍ଷମତାକୁ ଫେରିଛି ଦଳ । ତେବେ ପୁନଃକ୍ଷମତାକୁ ଫେରିବା ପରେ ସରକାର ଆଗରେ ଦୁଇଟି ପ୍ରମୁଖ ସମସ୍ୟା ଉଭା ହୋଇଛି । ପ୍ରଥମତଃ ବେରୋଜଗାର ଓ ଦ୍ବିତୀୟରେ 5 ବର୍ଷର ସର୍ବୋନିମ୍ନରେ ଅଭିବୃଦ୍ଧି ହାର(ଜିଡିପି)। ଯାହାକୁ ସୁଧାରିବା ପାଇଁ ମୋଦି ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ଗଠନ ହୋଇଛି ଦୁଇଟି କ୍ୟାବିନେଟ କମିଟି ।

ସରକାର ଗଠନ କରିବାର ସପ୍ତାହ ମଧ୍ୟରେ ମୋଦି ସରକାର ଏହି ପ୍ରମୁଖ ଦୁଇ ସମସ୍ୟାକୁ ସୁଧାରିବା ପାଇଁ ଆରମ୍ଭ କରିଛନ୍ତି ବ୍ଲୁ ପ୍ରିଣ୍ଟ୍‌ । ବୁଧବାର, ଏନେଇ ଦୁଇଟି କ୍ୟାବିନେଟ କମିଟି ଗଠନ କରାଯାଇଛି । ଯେ କି ଏସବୁ ସମସ୍ୟାର କାରଣ ଖୋଜିବା ସହ ସମାଧାନ ଦିଗରେ ପଦକ୍ଷେପ ନେବାରେ ପ୍ରମୁଖ ଭୂମିକା ନିଭାଇବ ।

ତେବେ ଏହି କମିଟି ଦେଶରେ ପ୍ରଥମ ଥର ଗଠନ ହେଉଛି ବୋଲି ଜଣାପଡିଛି । ଏନେଇ ଆଜି(ଗୁରୁବାର) ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇପାରେ । ସୂଚନା ଅନୁଯାୟୀ, ଏହି କ୍ୟାବିନେଟ କମିଟିରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ, ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଛାଡି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦକ୍ଷତା ବିକାଶ ମନ୍ତ୍ରୀ ଏମ ଏନ ପାଣ୍ଡେ, ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଗାଙ୍ଗୱାର ଓ ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ପୁରୀ ପ୍ରମୁଖ ଅଛନ୍ତି ।

ସୂଚନା ଥାଉକି, ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ) ପକ୍ଷରୁ ନିକଟରେ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଶେଷ ତିନି ମାସରେ ଅଭିବୃଦ୍ଧି ହାର(ଜିଡିପି) ୫.୮%କୁ ଖସିଯାଇଛି । ଏହା ସହ ୨୦୧୭-୧୮ରେ ଦେଶର ବେକାରୀ ହାର ୬.୧% ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଛି ଯାହା ବିଗତ ୪୫ ବର୍ଷରେ ସର୍ବାଧିକ ବୋଲି କୁହାଯାଉଛି । ୧୯୭୨-୭୩ ପରେ ନିଯୁକ୍ତିର ଏହା ହେଉଛି ସବୁଠୁ ନୈରାଶ୍ୟଜନକ ଚିତ୍ର।

ABOUT THE AUTHOR

...view details