ଓଡିଶା

odisha

ETV Bharat / bharat

ଜି-୭ ସମ୍ମିଳନୀ: ଫ୍ରାନ୍ସରେ ମୋଦି, ଟ୍ରମ୍ପଙ୍କ ସହ କାଶ୍ମୀର ପ୍ରସଙ୍ଗରେ ହୋଇପାରେ ଆଲୋଚନା - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜି-୭ ସମ୍ମିଳନୀରେ ଭାଗ ନେବା ପାଇଁ ଫ୍ରାନ୍ସର ବ୍ୟାରିଜ୍ୟୋ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Aug 25, 2019, 9:58 PM IST

ପ୍ୟାରିସ୍‌: ଜି-୭ ସମ୍ମିଳନୀରେ ଭାଗ ନେବା ପାଇଁ ଫ୍ରାନ୍ସର ବ୍ୟାରିଜ୍ୟୋରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫ୍ରାନ୍ସ ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରାଯାଇଛି । ଜି-୭ ସମ୍ମିଳନୀରେ ଯୋଗ ଦେଇ ଜଳବାୟୁ, ପରିବେଶ ଏବଂ ଡିଜିଟାଲ ପରିବର୍ତ୍ତନ ଉପରେ ଚର୍ଚ୍ଚା କରିବେ ମୋଦି ।

ଏହାପରେ ସେ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ । ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତକାର ଆସନ୍ତାକାଲି 3 ଟା 45 ରେ ହେବ ବୋଲି ଜାଣିବାକୁ ମିଳିଛି । ସେମାନେ 45 ମିନିଟ ପର୍ଯ୍ୟନ୍ତ ଆଲୋଚନା କରିବା ନେଇ ସୂଚନା ମିଳିଛି । ତେବେ ଚଳିତ ବର୍ଷ ଟ୍ରମ୍ପଙ୍କ ସହ ମୋଦିଙ୍କର ଏହା ଦ୍ବିତୀୟ ସାକ୍ଷାତକାର ହେବ । ଏହା ପୂର୍ବରୁ ଦୁହେଁ ଜାପାନର ଓସାକାରେ ସାକ୍ଷାତକାର କରିଥିଲେ ।

ତେବେ ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ମୋଦି ଏବଂ ଟ୍ରମ୍ପଙ୍କର ଏହା ପ୍ରଥମ ସାକ୍ଷାତକାର ହେବ । ଦୁହିଁଙ୍କ ମଧ୍ୟରେ କାଶ୍ମୀର ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।

ABOUT THE AUTHOR

...view details