ନୂଆଦିଲ୍ଲୀ: ଥମୁନାହିଁ ମାୟାବତୀ-ମୋଦିଙ୍କ ଜାତି ବିବାଦ । ଜାତିକୁ ନେଇ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକଯୁଦ୍ଧ ଦିନକୁ ଦିନ ବଢିବାରେ ଲଗୁଛି । ତେବେ ବିଏସପି ସୁପ୍ରିମୋ ମାୟାବତୀଙ୍କ ପରେ ଏବେ ମୋଦି ପରୋକ୍ଷ ଭାବରେ ତାଙ୍କୁ ଟାର୍ଗେଟ କରିଛନ୍ତି । ମାୟାବତୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ବିରୋଧୀ ଦଳ ଏବେ ପିଏମ୍ଙ୍କ ଜାତି ପଛରେ ପଡିଛି । ମୁଁ ସେମାନଙ୍କୁ ସଫାସଫା କହିଦେବାକୁ ଚାହୁଁଛି ଯେ, ଏହି ଦେଶର ଗରିବଙ୍କ ଯେଉଁ ଜାତି ମୋର ମଧ୍ୟ ସେହି ଜାତି ।
ପୁଣି ଜାତି ପାଇଁ ମୋଦିଙ୍କୁ ଟାର୍ଗେଟ - bsp chief mayawati
ବିରୋଧୀ ଦଳ ଏବେ ପିଏମ୍ଙ୍କ ଜାତି ପଛରେ ପଡିଛି । ମୁଁ ସେମାନଙ୍କୁ ସଫାସଫା କହିଦେବାକୁ ଚାହୁଁଛି ଯେ, ଏହି ଦେଶର ଗରିବଙ୍କ ଯେଁଉ ଜାତି ମୋର ମଧ୍ୟ ସେହି ଜାତି । ମାୟାବତୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି ।
ଫାଇଲ ଫଟୋ
ଏହା ପୂର୍ବରୁ ମାୟାବତୀ ମୋଦିଙ୍କୁ ସମାଲୋଚନା କରି କହିଥିଲେ, ପିଏମ୍ ରାଜନୈତିକ ସ୍ବାର୍ଥ ପାଇଁ ଜବରଦସ୍ତି ନିଜକୁ ପଛୁଆ ଜାତିର କହୁଛନ୍ତି । ଯଦି ମୋଦି ଜନ୍ମରୁ ପଛୁଆ ଜାତିର ହୋଇଥାନ୍ତେ ତ ଆରଏସଏସ ତାଙ୍କୁ କେବେ ବି ପ୍ରଧାନମନ୍ତ୍ରୀ ହେବାକୁ ଦେଇନଥାନ୍ତା ବୋଲି ସେ କହିଥିଲେ ।