ନୂଆଦିଲ୍ଲୀ: ଲକ୍ ଡାଉନ୍ ପରେ ସରକାର ଏ ପର୍ଯ୍ୟନ୍ତ ଦେଶର 8.31 କୋଟି ଚାଷୀଙ୍କ ଖାତାକୁ 16,621କୋଟି ଟଙ୍କା ପଠାଇଛନ୍ତି । କୋରୋନା ଭାଇରସକୁ ଅଟକାଇବା ପାଇଁ ଦେଶରେ 24 ମାର୍ଚ୍ଚରୁ ଲକ୍ ଡାଉନ୍ ଜାରି ରହିଛି । ଏ ମଧ୍ୟରେ ପିଏମ କିଶାନ ଯୋଜନା ଅଧିନରେ ସମସ୍ତ ଅର୍ଥକୁ ବିତରଣ କରାଯାଇଛି । ଏଥିରେ ଗତ ଆର୍ଥିକ ବର୍ଷର 1674.43କୋଟି ଟଙ୍କା ମଧ୍ୟ ସାମିଲ ଅଛି ।
PM kishan yojana: 8 କୋଟି ଚାଷୀଙ୍କ ଖାତାକୁ ଗଲା 16,621 କୋଟି ଟଙ୍କା - Fight against corona
ଲକ୍ ଡାଉନ୍ ପରେ ସରକାର ଏ ପର୍ଯ୍ୟନ୍ତ ଦେଶର 8.31 କୋଟି ଚାଷୀଙ୍କ ଖାତାକୁ 16,621କୋଟି ଟଙ୍କା ପଠାଇଛନ୍ତି । କୋରୋନା ଭାଇରସକୁ ଅଟକାଇବା ପାଇଁ ଦେଶରେ 24 ମାର୍ଚ୍ଚରୁ ଲକ୍ ଡାଉନ୍ ଜାରି ରହିଛି ।
ଏହି ଯୋଜନା ଅଧୀନରେ ଅବଶିଷ୍ଟ ଅର୍ଥ 14,945 କୋଟି ଟଙ୍କା ଚଳିତ ଆର୍ଥିକ ବର୍ଷର ପ୍ରଥମ କିସ୍ତି ଭାବରେ 7.47 କୋଟି ଚାଷୀଙ୍କୁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି (ପିଏମ କିସାନ) ଯୋଜନା ଅଧୀନରେ, ଆର୍ଥିକ ବର୍ଷରେ କୃଷକମାନଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ତିନି କିସ୍ତିରେ ସିଧାସଳଖ 6000 ଟଙ୍କା ନଗଦ ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଇଛି । ଏଥିରୁ କେବଳ ଅଳ୍ପ ଉଚ୍ଚ ଆୟକାରୀ କୃଷକ ବାଦ ପଡିଛନ୍ତି।
ମାର୍ଚ୍ଚ 27 ରୁ 3 ସପ୍ତାହ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଲକ୍ ଡାଉନକୁ ଦୃଷ୍ଟିରେ ରଖି ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ସରକାର କହିଥିଲେ । ଏପ୍ରିଲ ପ୍ରଥମ ସପ୍ତାହରେ 2000 ଟଙ୍କାର ପ୍ରଥମ କିସ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ 16,621 କୋଟି ଟଙ୍କା ଜମା କରାଯାଇଛି।